ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଜିଲ୍ଲାର ବଦଲି ଗାଁରେ ପୁଲିସ୍ ଇନଫର୍ମର ସନ୍ଦେହରେ ଜଣକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ଧନୀରାମ କଶ୍ୟପ।
ପୂର୍ବରୁ ମାଓବାଦୀ ଧନୀରାମକୁ ପୁଲିସ୍ ସହ ନ ମିଶିବା ପାଇଁ ଧମକ ଦେଇଥିଲେ। ଏହା ନ ମାନିବାରୁ ମାଓବାଦୀ ତାଙ୍କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ଘଟଣା ପରେ ପୁଲିସ୍ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
from Odisha Reporter https://ift.tt/39gG83P
No comments:
Post a Comment