ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।
ଶ୍ରୀ ନାୟକ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୯ଟା ୪୫ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜନ୍ମଗ୍ରହଣ କରିଥିବା ବିଜୟ ନାୟକ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ। ସେ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ। ତତ୍କାଳୀନ ଜନତା ଦଳର ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ହରାଇ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥି ସହିତ ସେ କଟକ ବସ୍ ମାଲିକ ସଙ୍ଘର ମଧ୍ୟ ଦୀର୍ଘଦିନ ଧରି ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ।
from Odisha Reporter https://ift.tt/2wP2GdZ
No comments:
Post a Comment