ପଛରେ ପଡ଼ିଲେ ସିସୋଦିଆ, ଜାଣନ୍ତୁ କିଏ କେଉଁଠି ଲିଡ୍‌ କରୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

ପଛରେ ପଡ଼ିଲେ ସିସୋଦିଆ, ଜାଣନ୍ତୁ କିଏ କେଉଁଠି ଲିଡ୍‌ କରୁଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଭୋଟ ଗଣତି ଟ୍ରେଣ୍ଡ ଆପ ପାଇଁ ଭଲ ଖବର ଆଣିଥିଲେ ହେଁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସାମାନ୍ୟ ଚିନ୍ତାରେ ପକାଇଛି। କାରଣ ପ୍ରତପରଗଞ୍ଜ ଆସନରୁ ନିର୍ବାଚନ ଲଢ଼ୁଥିବା ସିସୋଦିଆ ଏଠାରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ପଡ଼ିଯାଇଛନ୍ତି।

ବର୍ତ୍ତମାନ ଯାଏ ହୋଇଥିବା ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା, ସିସୋଦିଆ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ସିଂହ ନେଗୀଙ୍କ ଠାରୁ ୧୪୨୭ ଖଣ୍ଡ ଭୋଟରେ ପଛରେ ପଡ଼ିଯାଇଛନ୍ତି। ପ୍ରଥମ ଦୁଇଟି ରାଉଣ୍ଡ ସିସୋଦିଆ ଲିଡ କରୁଥିଲେ। ଏପରି କି ଏକ ସମୟରେ  ସିସୋଦିଆଙ୍କ ଖାତାରେ ୮,୭୯୧ ଖଣ୍ଡ ଭୋଟ ଓ ରବୀନ୍ଦ୍ରଙ୍କ ସପକ୍ଷରେ ୯୭୧୭ ଖଣ୍ଡ ଭୋଟ ରହିଥିଲା। ହେଲେ ଏବେ ସ୍ଥିତି ବଦଳି ଯାଇଛି। ତେଣୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଚାଲିଛି।

ଅନ୍ୟପକ୍ଷରେ ଏଯାଏ ଆପ ଦିଲ୍ଲୀରେ ୫୪ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୬ଟିରେ ଲିଡ୍‌ କରୁଛି। କଂଗ୍ରେସ ପୂର୍ବଥର ଭଳି ଏଥର ମଧ୍ୟ ଖାତା ଖୋଲିପାରି ନାହିଁ।

ଟ୍ରେଣ୍ଡ ଅନୁଯାୟୀ, ନୂଆଦିଲ୍ଲୀ ଆସନରେ କେଜ୍ରିୱାଲ ଆଗରେ ରହିଛନ୍ତି। ରୋହିନ ଆସନରେ ପ୍ରାର୍ଥୀ ହୋଇଥିବା ବିଜେପିର ବିଜେନ୍ଦ୍ର ଗୁପ୍ତା ଓ ହରି ନଗର ଆସନର ଦଳୀୟ ପ୍ରାର୍ଥୀ ତଜିନ୍ଦର ପାଲ ସିଂହ ବାଗା ପଛରେ ରହିଛନ୍ତି। ଚାନ୍ଦିନ ଚୌକର କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ଓ କାଲକାଜି ଆସନରେ ଆପ୍‌ର ଆତିଶି ମାରଲେନା ପଛରେ ପଡ଼ିଛନ୍ତି।

କାଲକାଜି ଆସନରେ ଆତିଶି ବିଜେପି ପ୍ରାର୍ଥୀ ଧର୍ମବୀର ସିଂହ ଠାରୁ ମାତ୍ର ୧୧ ଖଣ୍ଡ ଭୋଟରେ ପଛରେ ରହିଛନ୍ତି। ଆତିଶିଙ୍କ ସପକ୍ଷରେ ୧୧,୪୧୬ ଖଣ୍ଡ ଭୋଟ ପଡ଼ିଥିବା ବେଳେ ଶ୍ରୀ ସିଂହ ୧୧ ଖଣ୍ଡ ଅଧିକ ଭୋଟ ପାଇଛନ୍ତି।

ଆପ୍‌ ଛାଡ଼ି ବିଜେପିରେ ମିଶିଥିବା କପିଲ ମିଶ୍ରା ପ୍ରାଥମିକ ପର୍ଯ୍ୟାୟରେ ଲିଡ କରୁଥିଲେ। ହେଲେ ଏବେ ସେ ମଧ୍ୟ ପଛରେ ପଡ଼ିଯାଇଛନ୍ତି। ତାଙ୍କୁ ବିଜେପି ମଡେଲ ଟାଉନ ଅଞ୍ଚଳରେ ପ୍ରାର୍ଥୀ କରିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ଶାକୁର ବସ୍ତି ଆସନରେ ପଛରେ ରହିଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ଡା.ଏସ୍‌ସି ଭାଟସ୍‌ ଆଗରେ ଅଛନ୍ତି।



from Odisha Reporter https://ift.tt/38gHWtz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages