‘ଫୋନି’ ଭାଙ୍ଗି ଦେଲା ଚାଳଛପର ଘର; ତିନି ଛୁଆଙ୍କୁ ଧରି ପଲିଥିନ୍‌ ତଳେ ରହୁଛନ୍ତି ଲକ୍ଷ୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

‘ଫୋନି’ ଭାଙ୍ଗି ଦେଲା ଚାଳଛପର ଘର; ତିନି ଛୁଆଙ୍କୁ ଧରି ପଲିଥିନ୍‌ ତଳେ ରହୁଛନ୍ତି ଲକ୍ଷ୍ମୀ

ଆଠଗଡ଼ (ନୀଳକଣ୍ଠ ଦୋରା): ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ। କେଇ ଖଣ୍ଡ କାଠ ଉପରେ ଟଣା ହୋଇଥିବା ପିଲିଥିନ୍‌ ତଳେ କଟୁଛି ତାଙ୍କ ଜୀବନ। ତେବେ ସେ ଏକା ନାହାନ୍ତି। ତିନିଟି ଛୋଟ ଛୁଆ ବି ତାଙ୍କ ସହିତ ଅଛନ୍ତି। ଆଉ ପ୍ରାୟ ୧୦ ମାସ ହେଲାଣି ସେମାନେ ବର୍ଷା ଓ ଶୀତରେ ଏମିତି ହନ୍ତସନ୍ତ ହୋଇ ରହୁଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଏ ସଂପର୍କରେ ଅବଗତ ଥାଇ ସୁଦ୍ଧା କୌଣସି ପଦକ୍ଷେପ ନେଉ ନାହାନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଗୁରୁଡ଼ିଝାଟିଆ ଗାଁରେ।

ଏହି ଗାଁରେ ରହନ୍ତି ଲକ୍ଷ୍ମୀ ଦେହୁରୀ। ବର୍ଷକ ତଳେ ସେ ତାଙ୍କ ସ୍ୱାମୀଙ୍କୁ ହରାଇଛନ୍ତି। ସ୍ୱାମୀ ଥିବା ବେଳେ ସେ ପିଲାଛୁଆଙ୍କୁ ଧରି ଏକ ଚାଳଛପର ଘରେ ରହୁଥିଲେ। ହେଲେ ସ୍ୱାମୀ ଚାଲିଯିବାର ପ୍ରାୟ ଦୁଇ ମାସ ପରେ ବାତ୍ୟା ‘ଫୋନି’ରେ ତାଙ୍କର ସେହି ଚାଳଛପର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଅର୍ଥ ନଥିବାରୁ ସେ ଘରଟିକୁ ମରାମତି କରି ପାରି ନାହାନ୍ତି ଓ ପଲିଥିନ୍ ତଳେ ରହୁଛନ୍ତି। ‘ଫୋନି’ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିଥିବା ବେଳେ ତାଙ୍କୁ କିଛି ମିଳି ନାହିଁ। ବର୍ଷେ ତଳେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଲକ୍ଷ୍ମୀଙ୍କୁ ବିଧବା ଭତ୍ତା ମିଳି ନାହିଁ। ସରକାରୀ ସହାୟତା ବାବଦକୁ କେବଳ ମାସକୁ ୧୦ କିଲୋ ଚାଉଳ ପାଉଛନ୍ତି। ଏଥିରେ ମାସେ ଚଳିବା ତାଙ୍କ ପାଇଁ କଷ୍ଟକର ହେଉଛି। ଏଣୁ ମାଗିଯାଚି ପିଲାଙ୍କ ପେଟ ପୋଷୁଛନ୍ତି। ଏନେଇ ସେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ଲକ୍ଷ୍ମୀଙ୍କ ସ୍ୱୀମୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଥିଲା। ହେଲେ ଘରଟି ଶେଷ ହୋଇପାରିନି। ପ୍ରଥମ କିସ୍ତିରେ ତାଙ୍କ ଘରର କେବଳ ନିଅଁ କାର୍ଯ୍ୟ ହୋଇଥିଲା। ବାସ୍‌ ସେତିକିରେ ତାଙ୍କ ଘର କାମ ବନ୍ଦ ହୋଇ ପଡ଼ିଛି। ହେଲେ ଏ ସମ୍ପର୍କରେ ଲକ୍ଷ୍ମୀ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, “ବାତ୍ୟାରେ ଘର ଭାଙ୍ଗିଗଲା । ଛୁଆ ତିନିଟାକୁ ଧରି ବାରଦାଣ୍ଡ ଶୁଣ୍ଢିପିଣ୍ଡା ହେଉଛି। ଘର ନାହିଁ କି ଦ୍ୱାର ନାହିଁ। ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ମୋତେ ଘର ଓ ମାସକୁ ୩୫ କିଲୋ ଚାଉଳ ଦିଅନ୍ତୁ।”

ଗାଁର ଜଣେ ମହିଳା କହିଛନ୍ତି, “ଲକ୍ଷ୍ମୀଙ୍କ ସ୍ୱାମୀଙ୍କୁ ଯେଉଁ ଘର ମିଳିଥିଲା, ତାହା ଅଧା ଖଣ୍ଡିଆ ହୋଇପଡ଼ିଛି। ଯେଉଁ ପୁରୁଣା ଘର ଥିଲା, ତାହା ବାତ୍ୟାରେ ଭାଙ୍ଗି ଯାଇଛି। ଘର ନଥିବାରୁ ପ୍ରଥମେ ଗଛ ତଳେ ରହୁଥିଲା। ସରପଞ୍ଚଙ୍କୁ କହିବାରୁ ସେ ପଲିଥିନ୍‌ ଦେଇଛନ୍ତି।”

ସରପଞ୍ଚ ପ୍ରଜ୍ଞାସୁ ରଂଜନ ମହାପାତ୍ର  କହିଛନ୍ତି, “ସରକାରଙ୍କ ତରଫରୁ ତାଙ୍କ ସ୍ୱାମୀଙ୍କୁ ୨୦୦୭-୨୦୦୮ରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର କରିବା ପାଇଁ ଅର୍ଥ ଦିଆଯାଇଥିଲା। ହେଲେ କୌଣସି ଅସୁବିଧା ବଶତଃ ସେ ଘର କରିପାରି ନଥିଲେ। ଅନ୍ୟପକ୍ଷରେ ବାତ୍ୟାରେ ତାଙ୍କ ଚାଳଛପର ଘର ଭାଙ୍ଗି ଯାଇଥିଲା। ଏନେଇ ଆମେ ଆରଆଇ ଓ ତହସିଲଦାରଙ୍କୁ ଜଣାଇଥିଲୁ। ସେମାନେ ଆସି ଘର ମଧ୍ୟ ଦେଖିଥିଲେ। ବିଧବା ଭତ୍ତା ନେଇ ଆମେ ୬ ମାସ ତଳେ ବ୍ଲକ୍‌କୁ ଲେଖିକି ଜଣାଉଛୁ। ମାସେ କି ଦେଢ଼ ମାସରେ ଏହା କାର୍ଯ୍ୟକାରୀ ହୋଇଯିବ। ଫୋନି ବାତ୍ୟାରେ ଘର ସଂପୂର୍ଣ୍ଣ ଭାଙ୍ଗିଗଲେ ୯୫ ହଜାର ଟଙ୍କା ଦେବେ ବୋଲି କୁହାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଆମ ପଞ୍ଚାୟତର ପାଖାପାଖି ୨୦ ଜଣଙ୍କୁ ଟଙ୍କା ଦିଆଯାଇ ନାହିଁ। ମୁଁ ସରକାରଙ୍କୁ ନିବେଦନ କରୁଛି ଯେ ଲକ୍ଷ୍ମୀଙ୍କୁ ଘର ଖଣ୍ଡିଏ ଯୋଗାଇ ଦେଲେ ବହୁତ ଭଲ ହୁଅନ୍ତା। ସେ ବହୁତ ଦୁଃଖ କଷ୍ଟରେ ରହୁଛନ୍ତି।”



from Odisha Reporter https://ift.tt/2UJ9dR9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages