କାନ୍ଥ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ମାର୍‌ପିଟ୍‌, ୩ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

କାନ୍ଥ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ମାର୍‌ପିଟ୍‌, ୩ ଗୁରୁତର

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀ ଗାଁରେ ଘର କାନ୍ଥ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ ହୋଇ ମାର୍‌ପିଟ୍ ହୋଇଛି। ଏଥିରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ  ବାଲିଶିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଘର କାନ୍ଥ ନିର୍ମାଣ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ଥିଲା। ହେଲେ ଗତକାଲି ଏହା ଭୟଙ୍କର ରୂପ ନେଇଥିଲେ। ଗତକାଲି ସକାଳେ ପ୍ରଥମେ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ପୁଣି ଏ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ତା’ପରେ ଗୋଟିଏ ପରିବାର ଅନ୍ୟ ଏକ ପରିବାରକୁ ଆକ୍ରମଣ କରିଥିଲା। ଫଳରେ ସେହି ପରିବାରର ୩ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଆସିକା ପୁଲିସ୍‌ ଘଟଣାରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/2ROhLEt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages