ଇଣ୍ଡିଗୋ ଲଗାଇଲା ୬ମାସ ବ୍ୟାନ୍: କାମରା ଦାବି କଲେ ୨୫ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

ଇଣ୍ଡିଗୋ ଲଗାଇଲା ୬ମାସ ବ୍ୟାନ୍: କାମରା ଦାବି କଲେ ୨୫ ଲକ୍ଷ

ମୁମ୍ବାଇ: ସାମ୍ବାଦିକ ଅର୍ନବ ଗୋସ୍ୱାମୀଙ୍କୁ ବିମାନରେ ହଇରାଣ କରିବା ଅଭିଯୋଗ ପରେ କମେଡ଼ିଆନ୍ କୁନାଲ୍ କାମରାଙ୍କ ଉପରେ ଇଣ୍ଡିଗୋ ଏୟାର୍‌ଲାଇନ୍ସ ୬ ମାସ ବ୍ୟାନ୍‌ ଲଗାଇଛି। ତେବେ ଏହାକୁ ନେଇ କୁନାଲ୍‌ ଇଣ୍ଡିଗୋକୁ ଏକ ଲିଗାଲ୍ ନୋଟିସ୍‌ ପଠାଇବା ସହିତ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଛନ୍ତି। ତା’ସହିତ ବ୍ୟାନ୍ ହଟାଇବା ଓ ନିଃସର୍ତ୍ତ କ୍ଷମା ମାଗିବାକୁ କହିଛନ୍ତି।

କୁନାଲ୍‌ଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲଙ୍କୁ ମାନସିକ ଯନ୍ତ୍ରଣା ଦେବା ସହିତ ଭାରତ ଓ ବିଦେଶରେ ତାଙ୍କର ପ୍ରସ୍ତାବିତ କାର୍ଯ୍ୟକ୍ରମ ରଦ୍ଦ ଜନିତ କ୍ଷତିପୂରଣ ବାବଦକୁ ଇଣ୍ଡିଗୋକୁ ୨୫ ଲକ୍ଷ ଟଙ୍କା ଦେବାକୁ ହେବ।  ଇଣ୍ଡିଗୋର ଏଭଳି କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଭାବେ ବେଆଇନ। ଏହା ସଂପୂର୍ଣ୍ଣ ମନମୁଖୀ।

ଅନ୍ୟପକ୍ଷରେ କାମରାଙ୍କ ଲିଗାଲ୍‌ ନୋଟିସ୍ ନେଇ ଇଣ୍ଡିଗୋ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଇଣ୍ଡିଗୋର ମୁମ୍ବାଇ-ଲକ୍ଷ୍ନୌ ବିମାନରେ ଯାତ୍ରା କରିବା ସମୟରେ ସାମ୍ବାଦିକ ଅର୍ନବ ଗୋସ୍ୱାମୀଙ୍କୁ କୁନାଲ କାମରା ହଇରାଣ କରିବା ଘଟଣାରେ ଏହି ଏୟାରଲାଇନ୍ ପକ୍ଷରୁ ତାଙ୍କ ଉପରେ ୬ ମାସର ବ୍ୟାନ୍ ଲଗାଯାଇଥିବା ବେଳେ ସ୍ପାଇସ୍‌ଜେଟ୍, ଗୋଏୟାର୍ ଓ ଏୟାର୍‌ ଇଣ୍ଡିଆ ମଧ୍ୟ ପ୍ରତିବଦ୍ଧକ ଲଗାଇଛନ୍ତି। ତେବେ ଏମାନେ ପ୍ରତିବଦ୍ଧକର ସମୟସୀମା ସମ୍ପର୍କରେ କିଛି ଉଲ୍ଲେଖ କରି ନାହାନ୍ତି।



from Odisha Reporter https://ift.tt/31fXniI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages