କେଜ୍ରିୱାଲଙ୍କ ଘର ଆଗରେ ଜେଏନୟୁ ଓ ଜାମିଆ ଶିକ୍ଷାର୍ଥୀଙ୍କ ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

କେଜ୍ରିୱାଲଙ୍କ ଘର ଆଗରେ ଜେଏନୟୁ ଓ ଜାମିଆ ଶିକ୍ଷାର୍ଥୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ସାମିଲ ଥିବା ଲୋକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ଜାମିଆ ମିଲିଆ ଇସଲାମିଆ ଓ ଜବାହର ଲାଲ ନେହରୁ(ଜେଏନୟୁ) ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମଙ୍ଗଳବାର ମଧ୍ୟରାତ୍ରରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଶିକ୍ଷାର୍ଥୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନିକଟରେ ମଧ୍ୟରାତ୍ରରୁ ବିକ୍ଷୋଭ କରୁଥିବା ବେଳେ ଭୋରରୁ ଏମାନଙ୍କୁ ପୁଲିସ୍‌ ବଳ ପୂର୍ବକୁ ହଟାଇ ଦେଇଛି।

ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ବିକ୍ଷୋଭ କରି ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ମଧ୍ୟରାତ୍ରରେ ଏମାନେ ଏକାଠି ହୋଇଥିବା ବେଳେ ଭୋର ୪ଟା ସୁଦ୍ଧା ପୁଲିସ୍‌ ଏମାନଙ୍କୁ ହଟାଇ ଦେଇଥିଲା। ଏଥିପାଇଁ ପୁଲିସ୍‌ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ଼ କରାଯାଇଥିଲା।

ବିକ୍ଷୋଭକାରୀମାନେ କେଜ୍ରିୱାଲଙ୍କୁ ଭେଟି ଦାବିପତ୍ର ଦେବାକୁ ଜିଦ ଧରି ବସିଥିଲେ। ଫଳରେ ପୁଲିସ୍‌ କିଛି ବିକ୍ଷୋଭକାରୀଙ୍କୁ ସିଭିଲ ଲାଇନ୍ସ ପୁଲିସ୍‌ ଷ୍ଟେସନକୁ ନେଇ ଅଟକ ମଧ୍ୟ ରଖାଯାଇଥିଲା।

ବିକ୍ଷୋଭକାରୀମାନେ ନିଜକୁ ଦିଲ୍ଲୀର ସଚେତନ ନାଗରିକ ବୋଲି ପୁଲିସ୍‌କୁ କହିଥିଲେ। ଏଥିସହ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ଥାନୀୟ ବିଧାୟକଙ୍କ ସହ ମିଶି ହିଂସାରେ ପ୍ରଭାବିତ ଅଞ୍ଚଳ ଗସ୍ତ କରିବାକୁ ନିବେଦନ କରିଛନ୍ତି। ପ୍ରଭାବିତ ଅଞ୍ଚଳର ଲୋକମାନେ କେମିତି ଠିକ୍‌ ଭାବେ ହସ୍ପିଟାଲରେ ପହଞ୍ଚି ପାରିବେ, ତା’ର ବ୍ୟବସ୍ଥା କରିବାକୁ ମଧ୍ୟ ବିକ୍ଷୋଭକାରୀ ଦାବି କରିଛନ୍ତି।



from Odisha Reporter https://ift.tt/3c5Y0QZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages