ମା’କୁ ମାରି ଆଣ୍ଡାମାନ୍‌ ବୁଲିବାକୁ ପଳାଇଲେ ସଫ୍ଟୱେର ଇଞ୍ଜିନିୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 5, 2020

ମା’କୁ ମାରି ଆଣ୍ଡାମାନ୍‌ ବୁଲିବାକୁ ପଳାଇଲେ ସଫ୍ଟୱେର ଇଞ୍ଜିନିୟର

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ସଫ୍ଟ ୱେର ଇଞ୍ଜିନିୟରଙ୍କର ଅଜବ କାଣ୍ଡ ଏବେ ଚର୍ଚ୍ଚାରେ ରହିଛି। ସେ ତାଙ୍କ ମା’ଙ୍କୁ ହତ୍ୟା କରିବା ସହ ସାନ ଭାଇକୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଆଣ୍ଡାମାନ୍‌ ବୁଲିବାକୁ ପଳାଇଛନ୍ତି। ପରେ ପୁଲିସ ତାଙ୍କୁ ଧରିବା ପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ଅମୃତା ଚନ୍ଦ୍ରଶେଖର ନାମକ ଏହି ଯୁବତୀଙ୍କୁ ପୁଲିସ୍‌ ପୋର୍ଟ ବ୍ଲେୟାରରୁ ଗିରଫ କରିଛି। ସୋମବାର ସେ ମା’ ଓ ଭାଇ ହରିଶଙ୍କୁ ଆକ୍ରମଣ କରିଥିଲେ। ଏପରି ହତ୍ୟା କରିବା ଆଗରୁ ସେ ୫ ଦିନିଆ ଆଣ୍ଡାମାନ୍‌ ପ୍ଲାନ୍‌ କରିଥିଲେ। ଅମୃତା ମା’ ଓ ଭାଇଙ୍କୁ ଆକ୍ରମଣ କରିବା ପରେ ତାଙ୍କ ସାଙ୍ଗ ଶ୍ରୀଧର ରାଓଙ୍କ ସହ ବାଇକ୍‌ରେ ଏୟାର ପୋର୍ଟ ଯାଇଥିଲେ।

ପୁଲିସ୍‌ କହିବା ଅନୁଯାୟୀ, ଆହତ ହରିଶ ସମ୍ପର୍କୀୟଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ଏହାପରେ ବେଙ୍ଗାଲୁରୁ ପୁଲିସ୍‌ ଟିମ୍‌ ପୋର୍ଟବ୍ଲେୟାର ଯାଇଥିଲା। ସେଠାରେ ସ୍ଥାନୀୟ ପୁଲିସ୍‌ ସହାୟତାରେ ଏହି ଯୋଡ଼ିଙ୍କୁ ଧରିଥିଲା। ତେବେ ପୁଲିସ୍‌ ଏଯାଏ ହତ୍ୟା ପଛର ଠୋସ୍‌ କାରଣ ଜାଣିପାରିନାହିଁ। ଅମୃତା ପରିବାରର ଋଣକୁ ନେଇ ଚିନ୍ତି ଥିବା କିଛି ସୂତ୍ର କହୁଥିଲେ ହେଁ ଏହା ପ୍ରମାଣିତ ହୋଇପାରିନି। ସେହିଭଳି ତାଙ୍କ ବନ୍ଧୁ ଶ୍ରୀଧର ଏହି ହତ୍ୟା ଯୋଜନାରେ ଥିଲେ କି ନା ଜଣାପଡ଼ିନାହିଁ।



from Odisha Reporter https://ift.tt/384PIX5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages