ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜଣେ ରିକ୍ସା ଚାଳକ ତାଙ୍କ ଝିଅ ବାହାଘର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ବାହାଘରରେ ଉପସ୍ଥିତ ରହି ବର ଓ କନ୍ୟାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ ଚାହୁଁଥିଲେ। ତେବେ ପ୍ରଧାନମନ୍ତ୍ରୀ ଏହି ବାହାଘରରେ ସାମିଲ ହୋଇପାରି ନଥିଲେ ମଧ୍ୟ, ଚିଠି ଲେଖି ତାଙ୍କ ଝିଅଙ୍କୁ ଶୁଭକାମନା ଓ ଆଶୀର୍ବାଦ ଜଣାଇଥିଲେ।
ଏହି ରିକ୍ସା ଚାଳକଙ୍କ ନାଁ ମଙ୍ଗଲ୍ କେୱାତ୍। ତାଙ୍କ ଘର ଡୋମ୍ରୀ ଗାଁରେ। ଏହି ଗାଁକୁ ପ୍ରଧାନମନ୍ତ୍ରୀ ମୋଦି ପୋଷ୍ୟଗ୍ରାମ୍ୟ ଭାବେ ଗ୍ରହଣ କରିଛନ୍ତି।
ନ୍ୟୁଜ୍ ଏଜେନ୍ସୀ ଏସିଆନ୍ ନ୍ୟୁଜ୍ ଇଣ୍ଟରନ୍ୟାସ୍ନାଲ୍ ସୂଚନା ଅନୁଯାୟୀ, ମଙ୍ଗଲ୍ ତାଙ୍କ ଝିଅ ବାହାଘରର ଏକ ନିମନ୍ତ୍ରଣ ପତ୍ର ଦିଲ୍ଲୀ ସ୍ଥିତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ। ଫେବ୍ରୁଆରୀ ୧୨ ତାରିଖରେ ତାଙ୍କ ଝିଅଙ୍କ ବାହାଘର ଥିଲା।
ମଙ୍ଗଲ୍ କହିଛନ୍ତି, “ମୋର କିଛି ବନ୍ଧୁ ମୋତେ ଝିଅ ବାହାଘର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ କହିଥିଲେ। ଗୋଟିଏ ନିମନ୍ତ୍ରଣ ପତ୍ର ଦିଲ୍ଲୀ ସ୍ଥିତ ତାଙ୍କ ଅଫିସ୍କୁ ଓ ଅନ୍ୟଟିକୁ ବାରାଣସୀ ଅଫିସ୍କୁ ପଠାଇବାକୁ କହିଥିଲେ। ଆଉ ପ୍ରତିବଦଳରେ ପ୍ରଧାନମନ୍ତ୍ରୀ ମୋ ପାଖକୁ ଚିଠି ପଠାଇ ଝିଅ ବାହାଘର କରୁଥିବାରୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ମୋ ଝିଅକୁ ଓ ପୂରା ପରିବାରକୁ ଆଶୀର୍ବାଦ ଜଣାଇଥିଲେ।”
କେୱାତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଚିଠି ଝିଅର ବାହାଘର ଦିନ ହିଁ ତାଙ୍କୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଚିଠି ପାଇବେ ବୋଲି ସେ କେବେ ବି ଆଶା କରି ନଥିଲେ। ଚିଠି ପାଇ ସେ ଓ ତାଙ୍କ ଘର ଲୋକେ ଆତ୍ମହରା ହୋଇପଡ଼ିଥିଲେ। ସେ ତାଙ୍କର ସମସ୍ତ ଅତିଥିଙ୍କୁ ଉକ୍ତ ଚିଠି ଦେଖାଇଥିଲେ।
କେୱଟ ‘ସ୍ୱଚ୍ଛ ଭାରତ ଅଭିଯାନ’ର ଜଣେ ସକ୍ରିୟ ସଦସ୍ୟ। ତା’ସହିତ ସେ ବିଜେପିର ସଦସ୍ୟ ସଂଗ୍ରେହ ଅଭିଯାନରେ ସାମିଲ ହୋଇ ଦଳର ସଦସ୍ୟତା ଗ୍ରହଣ କରିଥିଲେ।
from Odisha Reporter https://ift.tt/2uFw5Xu
No comments:
Post a Comment