‘ଆତ୍ମଘାତୀ ବିସ୍ଫୋରକ ସ୍କ୍ୱାଡ୍‌କୁ ଟ୍ରେନିଂ ଦେଉଛି ଶାହୀନ୍‌ ବାଗ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 5, 2020

‘ଆତ୍ମଘାତୀ ବିସ୍ଫୋରକ ସ୍କ୍ୱାଡ୍‌କୁ ଟ୍ରେନିଂ ଦେଉଛି ଶାହୀନ୍‌ ବାଗ୍‌’

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଶାହୀନ୍‌ବାଗ୍‌ଠାରେ ଆତ୍ମଘାତୀ ବିସ୍ଫୋରକ ସ୍କ୍ୱାଡ୍‌କୁ ତାଲିମ ଦିଆଯାଉଛି। ସେଠାରେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି।

ଗିରିରାଜ ଟ୍ୱିଟର ଜରିଆରେ କହିଛନ୍ତି, “ଶାହୀନ୍‌ବାଗ୍‌ ଆଉ ଏକ ଆନ୍ଦୋଳନ ହୋଇ ରହିନାହିଁ। ଏଠି ଆତ୍ମଘାତୀ ବିସ୍ଫୋରକଙ୍କୁ ତାଲିମ ଦିଆଯାଉଛି। ଏହା ଏକ ଦେଶ ଏବଂ ଦେଶର ରାଜଧାନୀ ବିରୋଧରେ ଷଡ଼ଯନ୍ତ୍ର।” ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆରସି ଆଦି ବିରୋଧରେ ଏଠାରେ ବେଶ କିଛି ଦିନ ଧରି ଆନ୍ଦୋଳନ ଚାଲୁ ରହିଛି। ଶାହୀନ୍‌ ବାଗ୍‌ର ଆନ୍ଦୋଳନରେ ମୁଖ୍ୟତଃ ମହିଳାମାନେ ଯୋଗ ଦେଇଛନ୍ତି।

ଗିରିରାଜଙ୍କ ପୂର୍ବରୁ ମଧ୍ୟ ବହୁ ବିଜେପି ନେତା ଏବଂ ମନ୍ତ୍ରୀ ଶାହୀନ୍‌ ବାଗ୍‌କୁ ଟାର୍ଗେଟ୍‌ କରିସାରିଛନ୍ତି। ଏପରିକି ଏହାକୁ କିଛି ବ୍ୟକ୍ତି ‘ଆଣ୍ଟି ନ୍ୟାସନାଲ’ ଟ୍ୟାଗ୍‌ ମଧ୍ୟ ଲଗାଇସାରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାମିଆ ଏବଂ ସଲିମପୁରକୁ ସମାଲୋଚନା କରିବାବେଳେ ଶାହୀନ ବାଗ୍‌ର ନାଁ ନେଇସାରିଛନ୍ତି। ସେ କହିଥିଲେ, ଏହା କାକତାଳିକ ନୁହେଁ। ଏହା କେବଳ ଗବେଷଣା ମାତ୍ର। ଏହା ଦେଶର ଭାଇଚାରାକୁ ନଷ୍ଟ କରିବା ପାଇଁ ଏକ ରାଜନୀତିକ ଷଡ଼ଯନ୍ତ୍ର।



from Odisha Reporter https://ift.tt/3bfUt27

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages