ଚୋରି କରିବାକୁ ଯାଇ ଉତ୍ତମ ମଧ୍ୟମ ଖାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 5, 2020

ଚୋରି କରିବାକୁ ଯାଇ ଉତ୍ତମ ମଧ୍ୟମ ଖାଇଲେ

ବାଙ୍କୀ (ସଞ୍ଜୀପ ନାୟକ): ଘରେ ପଶି ଚୋରି କରିବାକୁ ଯୋଜନା ଚଳାଇଥିଲେ। ହେଲେ ତା’ ପୂର୍ବରୁ ଗ୍ରାମବାସୀଙ୍କ  ହାତରେ ଧରା ପଡ଼ିଗଲେ। ଗ୍ରାମବାସୀ ବି  ଉତ୍ତମ ମଧ୍ୟମ ଦେଇ ପୁଲିସ୍‌ ଜିମା ଦେଲେ। ଏଭଳି ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ କମଳପୁର ଗାଁରେ।

ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଯୁବକ ଏକ  ବାଇକ୍‌ରେ ଆସି ଗାଁର ଭଗବାନ ରାଉତଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଗ୍ରାମବାସୀଙ୍କ ହାତରେ ସେମାନେ ଧରା ପଡ଼ି ଯାଇଥିଲେ। ଘଟଣାସ୍ଥଳରୁ ଜଣେ ଚୋର ଖସିଯାଇଥିବା ବେଳେ ଜଣକୁ ଗ୍ରାମବାସୀ କାବୁ କରିବାରେ ସକ୍ଷମ ହୋଇଥିଲେ। ପରେ ଏହି ଚୋରକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ୍‌ ଜିମା ଦେଇଥିଲେ। ବାଙ୍କୀ ପୁଲିସ୍‌ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।



from Odisha Reporter https://ift.tt/2SrdYMu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages