ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ ଆପ୍ କ୍ଷମତା ଦଖଲ କରିବ ବୋଲି ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହାକୁ ନେଇ ବିଜେପି ଶିବିରରେ ନୈରାଶ୍ୟଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆପ କ୍ୟାମ୍ପରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି।
ଏସବୁ ଭିତରେ ବିଜେପି କର୍ମୀଙ୍କୁ ମନଉଣା ନ କରିବାକୁ ଦଳର ରାଜ୍ୟ ମୁଖ୍ୟ ମନୋଜ ତିୱାରୀ ପରାମର୍ଶ ଦେଇଛନ୍ତି। ଏକଜିଟ୍ ପୋଲ ଫଳାଫଳ ଭୁଲ ହେବ ଏବଂ ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବ ବୋଲି ମନୋଜ ତିୱାରୀ ଦମ୍ଭୋକ୍ତି କରୁଥିଲେ। ହେଲେ ଏବେ ତାଙ୍କର ଦମ୍ଭୋକ୍ତି ସାମାନ୍ୟ ଫିକା ପଡ଼ିଯାଇଛି। ତଥାପି ସେ ବିଜୟ ନେଇ ଆଶା ଛାଡ଼ି ନାହାନ୍ତି।
ସେ କହିଛନ୍ତି, “ଆମେ ମାନୁଛୁ ଯେ ବିଜେପି ତୁଳନାରେ ଆପ ଆଗରେ ରହିଛି। ହେଲେ ଗଣତି ମାତ୍ର କିଛି ରାଉଣ୍ଡର ସରିଛି। ତେଣୁ ଏବେଠାରୁ କୌଣସି ନିଷ୍ପତ୍ତି ନେବା ଠିକ ନୁହେଁ। ଦଳୀୟ କର୍ମୀମାନେ ଆଦୌ ହତୋତ୍ସାହିତ ହୁଅନ୍ତୁ ନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଭଲ ସ୍ଥିତିରେ ଅଛୁ। ସେହିପରି ୨୭ଟି ସିଟ୍ରେ ଦଳୀୟ ପ୍ରାର୍ଥୀମାନେ ମାତ୍ର ୧ ହଜାର ଭୋଟରେ ପଛରେ ରହିଛନ୍ତି। ଆଗକୁ କିଛି ବି ଘଟିପାରେ।”
ଜଣେ ଆପ ନେତା ତାଙ୍କୁ ହନୁମାନ ସହ ତୁଳନା କରିବା ସହ ହନୁମାନ ହିଁ ଲଙ୍କାରେ ନିଆଁ ଲଗାଇ ଦେଇଛନ୍ତି ବୋଲି କହିଥିଲେ। ଏ ସମ୍ପର୍କରେ ଶ୍ରୀ ତିୱାରୀ କହିଛନ୍ତି, “ଏଭଳି କହିବା ଠିକ ନୁହେଁ। ଦେଖାଯାଉ ଭୋଟ ଗଣତି ପରେ କ’ଣ ସବୁ ଘଟୁଛି।”
from Odisha Reporter https://ift.tt/31II1Uc
No comments:
Post a Comment