କେଜ୍ରିୱାଲ୍‌ଙ୍କ ନୂଆ ରୂପ, ବିନା ‘ଆପ୍‌’ ଟୋପିରେ ନେଲେ ଶପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

କେଜ୍ରିୱାଲ୍‌ଙ୍କ ନୂଆ ରୂପ, ବିନା ‘ଆପ୍‌’ ଟୋପିରେ ନେଲେ ଶପଥ

ନୂଆଦିଲ୍ଲୀ: ଆପ୍‌ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍‌ ଆଜି ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ପୂର୍ବ ଦୁଇ ଥରର ଶପଥ ଗ୍ରହଣ ଉତ୍ସବରେ ସେ ଯେଉଁ ଗେଟ୍‌ ଅପ୍‌ରେ ଆସିଥିଲେ, ଆଜି ସେଥିରେ ଟିକେ ପରିବର୍ତ୍ତନ ହୋଇଥିଲା। ସେ କଳା ରଙ୍ଗର ପ୍ୟାଣ୍ଟ ସହିତ ଧଳା ରଙ୍ଗ ଶର୍ଟ ପିନ୍ଧିଥିଲେ। ତା’ପରେ ଲାଲ୍ ରଙ୍ଗର ସ୍ୱେଟର ପିନ୍ଧିଥିଲେ। ତେବେ ତାଙ୍କ ମୁଣ୍ଡରେ ଦଳର ସିଗ୍ନେଚର କ୍ୟାପ୍‌ (ଟୋପି) ନଥିଲା। କିନ୍ତୁ ପୂର୍ବ ଦୁଇ ଥରର ଶପଥ ଗ୍ରହଣ ବେଳେ ସେ ଆପ୍‌ ଟୋପି ପିନ୍ଧିଥିଲେ।
୨୦୧୩ରେ ପ୍ରଥମ ଥର ୨୮ଟି ସିଟ୍ ଜିତିବା ପରେ ଯେଉଁ ସରକାର ଗଠନ କରିଥିଲେ, ତା’ର ଶପଥ ଗ୍ରହଣ ଉତ୍ସବରେ ସେ ଆପ୍ ଟୋପି ପିନ୍ଧିଥିଲେ। ତା’ସହିତ ଚେକ୍ କଲର ଶର୍ଟ ଓ ନୀଳ ରଙ୍ଗର ସ୍ୱେଟର ପିନ୍ଧିଥିଲେ। ୪୯ ଦିନର ଏହି ସରକାର ଭାଙ୍ଗିବା ପରେ ୨୦୧୫ରେ ସେ ପୂର୍ଣ୍ଣ ବହୁମତରେ ସରକାର ଗଢ଼ିଥିଲେ। ସେତେବେଳେ ଶପଥ ଗ୍ରହଣ ବେଳେ ସେ ନୀଳ ରଙ୍ଗର ଶର୍ଟ ଉପରେ ନୀଳ ରଙ୍ଗର ସ୍ୱେଟର ପିନ୍ଧିଥିଲେ ଏବଂ ମୁଣ୍ଡରେ ଟୋପି ପିନ୍ଧିଥିଲେ। ତେବେ ପୂର୍ବ ଦୁଇ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ମଥାରେ ଲାଲ ରଙ୍ଗର ତିଳକ ନଥିବା ବେଳେ ଏଥର ଏହା ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/38ynjsX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages