ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଯୋଗେ ୩୨୩ ଜଣ ବ୍ୟକ୍ତି ଚାଇନାରୁ ଭାରତ ଆସିଛନ୍ତି। ଆଜି ଚାଇନାର ଉହାନ ସହରରୁ ସକାଳ ୩ଟା ୧୦ ମିନିଟରେ ବିମାନଟି ଟେକ ଅଫ୍ କରିଥିଲା। ଏହାପରେ ଦିଲ୍ଲୀରେ ସକାଳ ୯ଟା ୪୫ ମିନିଟରେ ଏହି ବିମାନଟି ଅବତରଣ କରିଥିଲା। ଏହି ୩୨୩ ଜଣ ଲୋକଙ୍କ ମଧ୍ୟରେ ମାଲଦ୍ୱୀପର ମଧ୍ୟ ୭ ଜଣ ନାଗରିକ ରହିଛନ୍ତି। ଏ ନେଇ ମାଲଦ୍ୱୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହି ଟୁଇଟ୍ କରି ଦେଶର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
The second flight from #Wuhan has just landed in #Delhi. We wish all those on board good health in the days ahead. Once again, thank you to #AirIndia, Team @MEAIndia and @MFA_China |@DrSJaishankar @PMOIndia
— Vikram Misri (@VikramMisri) February 2, 2020
ଗତକାଲି ପ୍ରଥମେ ୩୨୪ ଜଣ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଚାଇନାରୁ ଦିଲ୍ଲୀ ଆସିଥିଲା। ଓ୍ୱାର୍ଲଡ ହେଲଥ ଅରଗାନାଇଜେସନ (WHO) ଏହି ରୋଗକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ବିପତ୍ତି ଘୋଷଣା କରିଛି। ଏହି ଭାଇରସ ଦ୍ୱାରା ଚାଇନାରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଛି। ଚାଇନାର ୧୧ ହଜାରରୁ ଅଧିକ ଲୋକ ଏହି ଭାଇରସର ଆକ୍ରାନ୍ତ ହୋଇଛନ୍ତି।
from Odisha Reporter https://ift.tt/31eX0oM
No comments:
Post a Comment