ୱାଶିଂଟନ୍: ଆମେରିକାର ଲସ୍ ଏଞ୍ଜେଲସରେ ଆଜି ଅନୁଷ୍ଠିତ ହୋଇଯାଇଛି ୯୨ତମ ଓସ୍କାର ପୁରସ୍କାର ପ୍ରଦାନ ସମାରୋହ। ଚଳିତ ଥର ଏଥିରେ ଦକ୍ଷିଣ କୋରିଆର ଫିଲ୍ମ ‘ପାରାସାଇଟ୍’ ବାଜି ମାରି ନେଇଛି। ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ୪ଟି ଓସ୍କାର ଆୱାର୍ଡ଼ ମିଳିଛି।
#Oscars Moment: @ParasiteMovie wins for Best International Feature Film. pic.twitter.com/sYovKBNltL
— The Academy (@TheAcademy) February 10, 2020
‘ପାରାସାଇଟ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ୱାସ୍କାର୍ ଆଓ୍ୱାର୍ଡ ପାଇଥିଲା ବେଳେ ଏହାର ନିର୍ଦ୍ଦେଶକ ବଙ୍ଗ୍ ଜୁନ୍ ହୋଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମିଳିଛି ଏହି ସମ୍ମାନଜନକ ପୁରସ୍କାର। ଏହା ବ୍ୟତୀତ ‘ପାରାସାଇଟ୍’କୁ ବେଷ୍ଟ ଅରିଜିନାଲ୍ ସ୍କ୍ରିନ୍ ପ୍ଲେ ଓ ବେଷ୍ଟ ଇଣ୍ଟରନ୍ୟାସ୍ନାଲ୍ ବର୍ଗରେ ମଧ୍ୟ ଏହି ପୁରସ୍କାର ଦିଆଯାଇଛି। ସେହିପରି ବେଷ୍ଟ ଆନିମେଟେଡ୍ ଫିଚର ଫିଲ୍ମ ବର୍ଗରେ ‘ଟୟ ଷ୍ଟୋରୀ’ ୪ଟି ଓସ୍କାର ଆୱାର୍ଡ ପାଇଛି।
#Oscars Moment: Joaquin Phoenix wins Best Actor for his work in @jokermovie. pic.twitter.com/M8ryZGKGHV
— The Academy (@TheAcademy) February 10, 2020
ଫିଲ୍ମ ‘ଜୋକର୍’ ପାଇଁ ଲୋକପ୍ରିୟ ଅଭିନେତା ୱାକିନ୍ ଫିନିକ୍ସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବାୟୋପିକ୍ ‘ଜୁଡି ଗାର୍ଲେଡ୍’ ପାଇଁ ରିନି ଜେଲୱେଗର୍ ହୋଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ।
ପ୍ରଖ୍ୟାତ ଅଭିନେତା ବ୍ରାଡ୍ ପିଟ୍ଙ୍କୁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ମିଳିଛି। ତାଙ୍କୁ ଏହି ସମ୍ମାନ ଫିଲ୍ମ ‘ୱାନ୍ସ ଅପନ ଏ ଟାଇମ୍ ଇନ୍ ହଲିଉଡ୍’ ପାଇଁ ମିଳିଛି। ସେହିଭଳି ଫିଲ୍ମ ‘ମ୍ୟାରେଜ୍ ଷ୍ଟୋରୀ’ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଓସ୍କାର ପୁରସ୍କାର ଜିତିଛନ୍ତି ଅଭିନେତ୍ରୀ ଲୌରା ଡର୍ଣ୍ଣ। ପୂର୍ବରୁ ତିନି ତିନି ଥର ଏହି ପୁରସ୍କାର ପାଇବା ପାଇଁ ନୋମିନେଟ୍ ହୋଇଥିଲେ ମଧ୍ୟ ଚଳିତ ଥର ପ୍ରଥମ ଥର ଲାଗି ସେ ଏହାକୁ ଜିତିଛନ୍ତି।
#Oscars Moment: Brad Pitt wins Best Supporting Actor for @OnceInHollywood pic.twitter.com/TSGjMB3v8P
— The Academy (@TheAcademy) February 10, 2020
#Oscars Moment: Renée Zellweger wins Best Actress for her work in @JudyGarlandFilm. pic.twitter.com/ZkciWT0d2u
— The Academy (@TheAcademy) February 10, 2020
from Odisha Reporter https://ift.tt/31NcFfm
No comments:
Post a Comment