କୋଇଡ଼ାରେ ପକ୍ଷୀ ମଡ଼କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

କୋଇଡ଼ାରେ ପକ୍ଷୀ ମଡ଼କ

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ କିଛି ଦିନ ହେବ ପକ୍ଷୀ ମଡ଼କ ଦେଖିବାକୁ ମିଳିଛି। ବ୍ଲକର ବିଭିନ୍ନ ସ୍ଥାନରେ କାଉ ସାଙ୍ଗକୁ କୁକୁଡ଼ା ମରି ପଡ଼ିଥିବା ଦେଖିବାକୁ ମିଳିଛି। କୋଇଡା ଅଞ୍ଚଳର ନିୟୁ ଗାର୍ଡେନ କଲୋନୀ ଓ କୋଇଡା ଥାନା ପାର୍ଶ୍ଵରେ କାଉ ମଡ଼କ ଦେଖିବାକୁ ମିଳିଥିବା ବେଳେ ଠିକ୍ ସେହିପରି ଧୁବଲାବେଢ଼ା ଏବଂ ନିୟୁ ଗାର୍ଡେନ କଲୋନୀରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି । ଖବର ପାଇ କୋଇଡା ପ୍ରାଣୀ ଚିକିତ୍ସାଳୟର ଦୁଇ ଜଣିଆ ଟିମ୍‌ ଡ. ନୀଳମାଧବ ସାହୁ ଏବଂ ପ୍ରାଣୀଧନ ନିରୀକ୍ଷକ ରାକେଶ କୁମାର ପ୍ରଧାନ ଘଟଣାସ୍ଥଳକୁ ଯାଇ କୁକୁଡ଼ା ଓ କାଉଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି।  ପରୀକ୍ଷା ପାଇଁ କଟକ ପ୍ରାଣୀ ଚିକିତ୍ସା ପାଥୋଲାବକୁ ପଠାଇ ଦିଆଯାଇଛି।

କୁକୁଡ଼ା ଓ କାଉ ମଡ଼କ ଘଟଣା ପ୍ରଚାର ହେବା ପରେ ଲୋକେ ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି।

ଏପଟେ ରକ୍ତ ନମୂନା ଆସିବା ପରେ ମଡ଼କର ପ୍ରକୃତ ରହସ୍ୟ କ’ଣ ଜଣାପଡ଼ିବ ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି। ଯଦି ରିପୋର୍ଟ ପଜେଟିଭ ଆସେ ଯଥାଶୀଘ୍ର କୁକୁଡ଼ା ମାରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2Sbmbpo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages