ନାଳକୁ ଖସି ପଡ଼ିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 20, 2020

ନାଳକୁ ଖସି ପଡ଼ିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର

ମୋହନା(ମିହିର ଜତି): ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ନରଣପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ ନାଳକୁ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ  ପିଟର ନାୟକ। ତାଙ୍କ ଘର  ଆମ୍ୱ ଗାଁରେ। ଆହତଦ୍ୱୟ ହେଲେ  ଧର୍ମେନ୍ଦ୍ର ନାୟକ ଓ ହେନେରୀ ନାୟକ। ଉଭୟଙ୍କ ଘର କାଲିମା ଗାଁରେ। ଏମାନେ ସମସ୍ତେ ସାଙ୍ଗ ଥିଲେ।

ରାତି ପ୍ରାୟ ୨ଟା ବେଳେ ଏହି ତିନି ଜଣ ଯୁବକ ଏକ ବାଇକ୍‌ରେ  କାଲିମା ଗାଁରୁ  ପଦାଗାଁକୁ ଯାଉଥିଲେ। ଏହି ସମୟରେ ନରଣପୁର ଗାଁ ନିକଟରେ ଥିବା ବୁଲାଣିଆ ରାସ୍ତାରେ  ତାଙ୍କ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନାଳକୁ ଖସି ପଡ଼ିଥିଲା। ଏହାପରେ ସେମାନଙ୍କ ମଧ୍ୟରୁ ହେନେରୀ ତାଙ୍କ ଗାଁର ଅଟୋ ଡ୍ରାଇଭରଙ୍କୁ ଫୋନ୍‌ ଦ୍ୱାରା ଘଟଣା ସମ୍ପର୍କରେ ଜଣାଇଥିଲେ। ଏହା ଶୁଣି ଅଟୋ ଡ୍ରାଇଭର ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ  ପିଟର ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଡ଼ବା ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2PcZz5N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages