ଟ୍ରମ୍ପଙ୍କ ଦିଲ୍ ମାଗେଁ ମୋର! ଏବେ କହିଲେ ୧ କୋଟି ସ୍ୱାଗତ କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 20, 2020

ଟ୍ରମ୍ପଙ୍କ ଦିଲ୍ ମାଗେଁ ମୋର! ଏବେ କହିଲେ ୧ କୋଟି ସ୍ୱାଗତ କରିବେ

ଓ୍ୱାଶିଂଟନ: ୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ଅହମଦାବାଦ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ମଧ୍ୟରେ କେତେ ଜଣ ଲୋକ ରହିବେ ତାଙ୍କୁ ସ୍ୱାଗତ ପାଇଁ ସେ ନେଇ ପୁଣି ଥରେ ମତ ରଖିଛନ୍ତି। ପୂର୍ବରୁ ୭୦ ଲକ୍ଷ ଲୋକ ତାଙ୍କର ସ୍ୱାଗତ ପାଇଁ ଉପସ୍ଥିତ ରହିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କହିଥିବା ବେଳେ ଏବେ କହିଛନ୍ତି ୧ କୋଟି ଲୋକ ସ୍ୱାଗତ ପାଇଁ ଉପସ୍ଥିତ ରହିବେ। ଯାହାର ସତ୍ୟତା କ’ଣ ଜଣାପଡ଼ିନଥିବା ବେଳେ ଭାରତ ସରକାରଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ମୋଦି ଏବଂ ଟ୍ରମ୍ପ ଉଭୟ ଉଦବୋଧନ ଦେବେ।

ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ରାଲିକୁ ଉଦବୋଧନ କରିବା ବେଳେ କହିଛନ୍ତି, ‘ଆଗାମୀ ସପ୍ତାହରେ ଭାରତ ଗସ୍ତ କରିବି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ବହୁତ ପସନ୍ଦ କରେ। ମୁଁ ତାଙ୍କ ସହିତ ଟ୍ରେଡ ଡିଲ୍ ବାବଦରେ ମଧ୍ୟ ଆଲୋଚନା କରିବି। ମୋଟେରା ଷ୍ଟାଡିୟମ ଯିବା ବେଳେ ୧୦ ମିଲିଅନ (୧ କୋଟି) ଲୋକ ସ୍ୱାଗତ କରିବେ’।

ଯଦି ଟ୍ରମ୍ପଙ୍କ ୧ କୋଟି ଲୋକ ସ୍ୱାଗତ ମନ୍ତବ୍ୟ ସତ ହେବ ତାହେଲେ ଅହମଦାବଦର ଛୁଆଠୁ ବୁଢ଼ା ଆସିଲେ ମଧ୍ୟ ୧ କୋଟି ଲୋକ ଉପସ୍ଥିତ ରହିପାରିବେ ନାହିଁ। କାରଣ ଅହମଦାବାଦ ବାସୀଙ୍କ ସଂଖ୍ୟା ୭୦ ଲକ୍ଷ ରହିଥିବା ସୂଚନା ରହିଛି। ୧ କୋଟି ଲୋକ ସ୍ୱାଗତ ପାଇଁ ରାଜ୍ୟର ପଡ଼ୋଶୀ ଜିଲ୍ଲାର ସହଯୋଗ ନେବାକୁ ହେବ।

ତେଣେ ଅହମଦାବାଦ ନଗର ନିଗମର ମୁଖ୍ୟ ବିଜୟ ନେହେରା କହିଛନ୍ତି, ରୋଡ ଶୋ’ ବେଳେ ସ୍ୱାଗତ ପାଇଁ ରାସ୍ତା ପାର୍ଶ୍ୱରେ ୧ରୁ ୨ ଲକ୍ଷ ଲୋକ ଉପସ୍ଥିତ ରହିବେ।



from Odisha Reporter https://ift.tt/2vRjTmu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages