ମୃତ୍ୟୁ ସହ ସଂଗ୍ରାମ କରୁଛି ପ୍ରିୟଙ୍କାଙ୍କ ଝିଅ, ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 4, 2020

ମୃତ୍ୟୁ ସହ ସଂଗ୍ରାମ କରୁଛି ପ୍ରିୟଙ୍କାଙ୍କ ଝିଅ, ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିବା ସତ୍ତ୍ୱେ ତା’ ଅଙ୍ଗ ଦାନ କରି  ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ଲୋକେ। ପ୍ରିୟଙ୍କାଙ୍କ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଯୋଗୁ କିଡନୀ ପ୍ରତିରୋପରଣ କ୍ଷେତ୍ରରେ ରାଜ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି।  ପ୍ରଥମଥର ଲାଗି ରାଜ୍ୟରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇ ଜଣେ ରୋଗୀଙ୍କ ଜୀବନ ବଞ୍ଚିଛି। ଫଳରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ଓ କଟକ ଏସ୍‌ସିବି ଇତିହାସରେ ଯୋଡ଼ି ହୋଇଯାଇଛି ନୂଆ ଫର୍ଦ୍ଦ।

ହେଲେ  ଦୁର୍ଘଟଣାରେ  ଗୁରୁତର ହୋଇ ଆଖି ବୁଜିଥିବା ପ୍ରିୟଙ୍କାଙ୍କ ଝିଅ ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛି।  ତା’ର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରିୟଙ୍କାଙ୍କ ପରିବାରର ମହାନ ତ୍ୟାଗ ପାଇଁ ଏସ୍‌ସିବିରେ  ବରଗଡ଼ ଅତାବିରାର ଫିରୋଜ ସାହୁଙ୍କ ଜୀବନ ବଞ୍ଚିପାରିଛି । ୬ ମାସ ହେଲା ୨ଟି କିଡନୀ ନଷ୍ଟ  ହୋଇଯାଇଥିବାରୁ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ଫିରୋଜ । ଜୁଇରେ ଜଳିବା ପୂର୍ବରୁ ଫିରୋଜଙ୍କୁ ନୂଆ ଜୀବନ ଦେଇ ଚାଲିଗଲେ ପ୍ରିୟଙ୍କା। ଏଥିପାଇଁ ତାଙ୍କ ପରିବାରକୁ ସୂରଯ ସ୍କିମରେ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିବେ ବୋଲି ଘୋଷଣା କରାଯାଇଛି।

କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରିଥିବାରୁ ଏସ୍‌ସିବି ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ଗତକାଲି ପ୍ରିୟଙ୍କାଙ୍କ ବ୍ରେନ୍ ଡେଡ୍ ପରେ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପରିବାର ଲୋକେ । ଏହାପରେ ତୁରନ୍ତ ଅପରେସନ କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ କଟକ ଏସ୍‌ସିବି ମେଡିକାଲ୍ ନିଆଯାଇଥିଲା ପ୍ରିୟଙ୍କାଙ୍କ କିଡନୀ।  ଫିରୋଜଙ୍କ ଶରୀରରେ ସଫଳତାର ସହ ପ୍ରିୟଙ୍କାଙ୍କ କିଡ଼ନୀ ପ୍ରତିରୋପଣ କରାଯାଇଥିଲା।   ଏଥିଯୋଗୁ ତାଙ୍କ ପରିବାର ନିକଟକୁ ଚାରି ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।



from Odisha Reporter https://ift.tt/39d8xYf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages