ଏପରି ମିଳୁଛି ମଧ୍ୟାହ୍ନ ଭୋଜନ; ସୁଷମ ଖାଦ୍ୟ ବଦଳରେ ପିଲା ଖାଉଛନ୍ତି ଖାଲି ଭାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ଏପରି ମିଳୁଛି ମଧ୍ୟାହ୍ନ ଭୋଜନ; ସୁଷମ ଖାଦ୍ୟ ବଦଳରେ ପିଲା ଖାଉଛନ୍ତି ଖାଲି ଭାତ

ଉମରକୋଟ(କାର୍ତ୍ତିକ ମଲ୍ଲିକ): “କ’ଣ ଖାଉଛୁ?” ଏହି ପ୍ରଶ୍ନର ଉତ୍ତରରେ ଗୋଟିଏ କୁନି ଝିଅ କହିଲା ଭାତ ଆଉ ଶାଗ। ହେଲେ ଶାଗ କାହିଁ ଦେଖାଇବାକୁ କହିଲାରୁ ପିଲାଟି ବାଲୁ ବାଲୁ ହୋଇ ଅନାଇଲା। କାରଣ ପିଲାଟିର ପ୍ଲେଟରେ ଥିଲା କେବଳ ଭାତ। ଅଙ୍ଗନୱାଡି ୟୁନିଫର୍ମରେ ଥିବା କୁନି ପିଲାଟି ଏକ ପ୍ଲେଟରେ ଖାଲି ଭାତ ଧରି ବୁଲି ବୁଲି ଖାଉଥିଲା। କେନ୍ଦ୍ର ପକ୍ଷରୁ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଖାଲି ଭାତ ଦିଆଯାଇଥିବା ବେଳେ ତା’ ସହ ଆଉ କିଛି ଦିଆଯାଇ  ନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିବାକୁ ମନ୍ତ୍ରୀ, ସଚିବମାନେ ତୁହାକୁ ତୁହା ଗାଁ ଗଣ୍ଡା ତଥା ଉପାନ୍ତ ଅଞ୍ଚଳରେ ଥିବା ସ୍କୁଲ ଗସ୍ତ କରୁଛନ୍ତି। ପିଲାଙ୍କ ଗହଣରେ ବସି ନିଜେ ମଧ୍ୟାହ୍ନ ଭୋଜନ ଖାଇବା ସହ ଏହାର ମାନ ପରଖୁଛନ୍ତି। ହେଲେ ଏହାସତ୍ତ୍ୱେ ଚେତୁ ନାହାନ୍ତି ଦାୟିତ୍ୱରେ ଥିବା କିଛି ଅଧିକାରୀ।  ସୁଷମ ଖାଦ୍ୟ ବଦଳରେ ପିଲାଙ୍କୁ ଖାଲି ଭାତ ଖାଇବାକୁ ଦିଆଯାଉଛି।

ଗୋଟିଏ ହାତରେ ସ୍କୁଲ୍‌ ବ୍ୟାଗ୍‌ ଓ ଅଙ୍ଗନଓ୍ୱାଡି ୟୁନିଫର୍ମ ପିନ୍ଧି ଜଣେ ଛାତ୍ରୀ ଅନ୍ୟ ଏକ ହାତରେ ଖାଲି ଭାତ ଥାଳି ଧରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଧାମନାଗୁଡ଼ା ଅଙ୍ଗନୱାଡି କେନ୍ଦ୍ରର ବୋଲି ଜଣାପଡିଛି । ଛାତ୍ରୀ ଜଣକ ଧରିଥିବା ଥାଳିରେ କୌଣସି ତରକାରୀ ନଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ ଧାମନାଗୁଡା ଅଙ୍ଗନୱାଡି କର୍ମୀ ସେହି ଦିନ  କେନ୍ଦ୍ରରେ ଅନୁପସ୍ଥିତ ଥିବାରୁ ପିଲାଙ୍କୁ ଖାଲି ଭାତ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।



from Odisha Reporter https://ift.tt/2HmChX0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages