କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଭଅଁରା ଗାଁ ଉପରସାହିରେ ନିଆଁରେ ପୋଡ଼ି ହୋଇ ସ୍ୱାମୀସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଦମ୍ପତି ହେଲେ ଦରା ମୋଢ଼େଇ ଓ ତ୍ରିବେଣୀ ମୋଢ଼େଇ।
ତ୍ରିବେଣୀ ଗତକାଲି ରୋଷେଇ କରୁଥିବା ବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବାକୁ ଯାଇ ତାଙ୍କ ସ୍ୱାମୀ ମଧ୍ୟ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଘରେ ନିଆଁ ଲାଗି ଦୁଇଟି ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଛି।
ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କରଞ୍ଜିଆ ମେଡିକାଲ୍କୁ ପଠାଇଥିଲେ।
from Odisha Reporter https://ift.tt/2SiVcHo
No comments:
Post a Comment