‘ଆନ୍ଦୋଳନକୁ ମାସେ ସ୍ଥଗିତ ରଖିଲୁ, ତା’ ପରେ ଯାହା ହେବ ସରକାର ଦାୟୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

‘ଆନ୍ଦୋଳନକୁ ମାସେ ସ୍ଥଗିତ ରଖିଲୁ, ତା’ ପରେ ଯାହା ହେବ ସରକାର ଦାୟୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦାବି ପୂରଣ ନିମନ୍ତେ ରାସ୍ତାକୁ ଓହ୍ଲାଇବାକୁ ୪୮୮ ବର୍ଗ ଅନୁଦାନପ୍ରାପ୍ତ ଅଧ୍ୟାପକ ସଂଘ ଚେତାବନୀ ଦେଇଥିବା ବେଳେ ଏହାକୁ ନାଲି ଆଖି ଦେଖାଉଛି ଉଚ୍ଚ ଶିକ୍ଷା ବିଭାଗ। ଆନ୍ଦୋଳନାକୁ ଆଖି ଆଗରେ ରଖି ଅଧ୍ୟାପକଙ୍କ ଛୁଟି ଉପରେ ରୋକ୍ ଲଗାଇବା ସହ ରାଲି ଧାରଣା ଉପରେ ମଧ୍ୟ କଟକଣା ଲଗାଇଛି  ବିଭାଗ । ଏହାକୁ ଅସାମ୍ବିଧାନିକ ଦର୍ଶାଇ ୪୮୮ ବର୍ଗ ଅନୁଦାନପ୍ରାପ୍ତ ଅଧ୍ୟାପକ ସଂଘର ୪ ଜଣିଆ ପ୍ରତିନିଧି ଦଳ ଗତକାଲି ରାଜ୍ୟପାଳଙ୍କୁ ଭେଟିଛନ୍ତି।

ସରକାର ଦାବି ପୂରଣ ନକରି ଅଧ୍ୟାପକଙ୍କ ଅଧିକାର ଉପରେ ରୋକ୍ ଲଗାଉଥିବା ସଂଘ ଅଭିଯୋଗ ଆଣିଛି। ଏକାଧିକ ଦାବି ନେଇ ଉଚ୍ଚଶିକ୍ଷା ସଚିବଙ୍କୁ ସଂଘର ପ୍ରତିନିଧିମାନେ ଭେଟିଥିବାବେଳେ ସଚିବ ଏକମାସ ମହଲତ ମାଗିଥିବା ରାଜ୍ୟପାଳଙ୍କୁ ଜଣାଇଛନ୍ତି। ଏହାସହ ମାର୍ଚ୍ଚ ୧ ରେ ହେବାକୁ ଥିବା ଆନ୍ଦୋଳନକୁ ବି ସ୍ଥଗିତ ରଖାଯାଇଥିବା ସଂଘ ସୂଚନା ଦେଇଛନ୍ତି।

ଏନେଇ ସଂଘ ପକ୍ଷରୁ କୁହାଯାଇଛି, ମାର୍ଚ୍ଚ ୧ରେ ଯେଉଁ ଆନ୍ଦୋଳନ ଡାକରା ଦେଇଥିଲୁ ତାହାକୁ ସାମୟିକ ଭାବେ ସ୍ଥଗିତ ରଖିଛୁ। ସରକାରଙ୍କୁ ୧ ମାସ ସମୟ ଦେଉଛି, ଏହା ମଧ୍ୟରେ ସରକାର ଚାକିରି ସର୍ତ୍ତବଳୀ ସହ ସପ୍ତମ ବେତନ କମିଶନ ଲାଗୁ ନ କଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ। ଏଥିନିମନ୍ତେ ସରକାର ଦାୟୀ ରହିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି।



from Odisha Reporter https://ift.tt/2Pr4mkn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages