ଉତ୍ତର-ପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

ଉତ୍ତର-ପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ହିଂସାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ହିଂସା ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ପରିଚାଳନା ପାଇଁ ପରିବେଶ ଅନୁକୂଳ ନଥିବାରୁ ପରୀକ୍ଷା ସ୍ଥଗିତ ରଖାଯାଇଛି।

ବାର୍ଷିକ ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା। ସ୍ଥିତି ଅଣାୟତ ହେବା ପରେ ସିବିଏସଇ ବୋର୍ଡ ଉତ୍ତର-ପୂର୍ବ ଜିଲ୍ଲାରେ ଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ସ୍ଥଗିତ ରଖିଥିଲା। ଫେବୃଆରୀ ୨୯ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏବେ ନୂଆ ପରୀକ୍ଷା ତାରିଖକୁ ଶୀଘ୍ର ଜଣାଇବ ବୋଲି ବୋର୍ଡ କହିଛି।

ସେହିପରି ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ହିଂସା ପ୍ରଭାବିତ ଅଞ୍ଚଳରେ ନଥିଲା କିନ୍ତୁ ଉତ୍ତର-ପୂର୍ବର ହିଂସା ପାଇଁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଯାଇପାରିନଥିଲେ ସେହି ଛାତ୍ରଛାତ୍ରୀଙ୍କ ତାଲିକା ପଠାଇବାକୁ ବୋର୍ଡ କତ୍ତୃପକ୍ଷ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଉତ୍ତର-ପୂର୍ବ ଦିଲ୍ଲୀରେ ପରୀକ୍ଷା ଦେଇପାରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁବଶୀଘ୍ର ନୂଆ ତାରିଖ ସିବିଏସଇ ବୋର୍ଡ ଘୋଷଣା କରିବ ବୋଲି ଜଣାପଡ଼ିଛି।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ମଧ୍ୟ ଦିଲ୍ଲୀର ପୂର୍ବ ଏବଂ ଉତ୍ତର-ପୂର୍ବ ଭାଗରେ ହିଂସା ହେତୁ ଫେବୃଆରୀ ୨୬ ଏବଂ ଫେବୃଆରୀ ୨୭ ରେ ଧାର୍ଯ୍ୟ ହୋଇଥିବା ଶ୍ରେଣୀ ୧୦ ଏବଂ ଶ୍ରେଣୀ ୧୨ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ହେଲେ ମାର୍ଚ୍ଚ ୨ ରୁ ଦିଲ୍ଲୀରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କୌଣସି ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇନାହିଁ।



from Odisha Reporter https://ift.tt/2I4aNWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages