କଟକ ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

କଟକ ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର

କଟକ (ପ୍ରଭାତ ବିଷୋୟୀ): କଟକ ବଡ଼ ଡାକ୍ତରଖାନାରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଦେବଗଡ଼ ଜିଲ୍ଲା ଛତାବର ଅଞ୍ଚଳର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଝିଅ ସ୍ମୃତିରେଖାଙ୍କ ହାତରେ ଏହି ଅପରେସନ କରାଯାଇଛି। ସ୍ମୃତିରେଖାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଭଲ ଭାବେ ବିକଶିତ ହୋଇ ନଥିବାରୁ ତାହା ଠିକ୍ ଭାବେ କାମ କରୁ ନଥିଲା। ତେଣୁ ବିଶି ଆଙ୍ଗୁଠିର କିଛି ଅଂଶ କଟା ଯାଇ ତାକୁ ବୁଢ଼ା ଆଙ୍ଗୁଠି ସ୍ଥାନରେ ଲଗାଯାଇଛି। ଏହି ଅପରେସନ ମାଇକ୍ରୋସର୍ଗିଲ ପଦ୍ଧତି ଜରିଆରେ କରାଯାଇଛି। ପ୍ରାୟ ଏକ ସପ୍ତାହ ତଳେ ଏହି ଅପରେସନ କରାଯାଇଥିଲା।

ସ୍ମୃତିରେଖା ଏବେ ସୁସ୍ଥ ଅଛନ୍ତି। ଏଥିସହ ତାଙ୍କ ବୁଢ଼ା ଆଙ୍ଗୁଠି ଠିକ୍ ଭାବେ କାମ କରୁଛି।  ତେବେ ଅପରେଟିଂ ମାଇକ୍ରୋସ୍କୋପ୍ ନଥିବାରୁ ଏସ୍‌ସିବିରେ ଆଗରୁ ଏପରି ଅପରେସନ ହୋଇ ପାରୁ ନଥିଲା।  ୪ ମାସ ତଳେ ଏହି ଅତ୍ୟାଧୁନିକ ମାଇକ୍ରୋସ୍କୋପ ଆସିବା ପରେ ଏପରି ଜଟିଳ ଓ ବିରଳ ଅପରେସନ ହୋଇପାରିଛି। ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ଡାକ୍ତର ଆଶିଷ ପଟ୍ଟନାୟକ, ଡାକ୍ତର ମହେଶ ମଣ୍ଡଳ, ଡାକ୍ତର ଚନ୍ଦନ, ଡାକ୍ତର ରୋଜାଲିନ, ଡାକ୍ତର ସଂଜୀବ ଓ ଡାକ୍ତର କମଳ ମଧ୍ୟ ଥିଲେ।



from Odisha Reporter https://ift.tt/3aiyE0I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages