ବୋହୂକୁ ପୋଡ଼ି ମାରିଦେବା ଘଟଣାରେ ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

ବୋହୂକୁ ପୋଡ଼ି ମାରିଦେବା ଘଟଣାରେ ୪ ଗିରଫ

ରାଉଲକେଲା(ସତ୍ୟାନନ୍ଦ ମହାନ୍ତି) : ଅଧିକ ଯୌତୁକ ଦାବି କରି ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲା ଗେଟ୍ ଅଞ୍ଚଳର ଜଣେ ମହିଳାଙ୍କୁ ଗତ ବୁଧବାର ଶାଶୁ ଘର ଲୋକେ ନିଆଁ ଲଗାଇ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ମୃତା ମହିଳାଙ୍କ ଶାଶୁ ଘରର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ମୃତ ମହିଳାଙ୍କ ସ୍ୱାମୀ, ଶ୍ୱଶୁର, ଦେଢଶୁର ଓ ଯାଆ
ସୂଚନା ଅନୁଯାୟୀ, ଗୋପବନ୍ଧୁପାଲିର ଶିବକୁମାରଙ୍କ ଝିଅ ରାଧା କୁମାରୀ ୬ ବର୍ଷ ପୂର୍ବେ କୋଇଲା ଗେଟ୍‌ ଅଞ୍ଚଳର ବିନୋଦ ସିଂଙ୍କୁ ବିବାହ କରିଥିଲେ । ଯୌତୁକ ଲାଗି ଶାଶୁଘର ଲୋକେ ତାଙ୍କୁ ପୂର୍ବରୁ ନିର୍ଯାତନା ଦେଉଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ରାଧାକୁମାରୀଙ୍କ ଏକ ଦୁଇ ବର୍ଷର ଝିଅ ମଧ୍ୟ ଅଛି । ମୃତ୍ୟୁ ବେଳକୁ ସେ ୮ ମାସର ଗର୍ଭବତୀ ହୋଇଥିବା ବେଳେ ତାଙ୍କ ଗର୍ଭରେ ଆଉ ଏକ ଝିଅ ଥିବା ଜାଣି ଶାଶୁ ଘର ଲୋକ ମିଶି ରାଧାକୁମାରୀଙ୍କୁ ମାରି ଦେଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଏକ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଶିଶୁର ମଧ୍ୟ ମୃତ୍ୟୁ ହୋଇଥିଲା.

ରାଧାକୁମାରୀଙ୍କୁ ନିଆଁ ଲଗାଇ ପୋଡି ମାରି ଦେଇଥିବା ଘଟଣାରେ ଙ୍କୁ ପୁଲିସ୍‌ ତାଙ୍କ ଶାଶୁ ଘରର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।



from Odisha Reporter https://ift.tt/2vpVCE2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages