ଗୋଳନ୍ଥରା ବସ୍ ଟ୍ରାଜେଡି ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଦୁଇ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

ଗୋଳନ୍ଥରା ବସ୍ ଟ୍ରାଜେଡି ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଦୁଇ ମନ୍ତ୍ରୀ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍ ଟ୍ରାଜେଡି ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି ମନ୍ତ୍ରୀ ପଦ୍ନନାଭ ବେହେରା ଓ ଅଶୋକ ପଣ୍ଡା। ଗତକାଲି ସନ୍ଧ୍ୟାରେ ଦୁଇ ମନ୍ତ୍ରୀ ଡଙ୍କଲପାଡୁ ଗାଁକୁ ଯାଇ ମୃତକଙ୍କ ପରିବାରଙ୍କୁ ଭେଟିବା ସହ ସମବେଦନା ଜଣାଇଥିଲେ।

ମୃତକଙ୍କ ପରିବାରଙ୍କୁ ମନ୍ତ୍ରୀ ପଦ୍ନନାଭ ବେହେରା କହିଛନ୍ତି,“ ଡଙ୍କଲପାଡୁ ଗାଁରେ ଯେଉଁ ଦୁଃଖଦ ଘଟଣା ଘଟିଗଲା ମୁଖ୍ୟମନ୍ତ୍ରୀ ସେଥିପାଇଁ ବହୁତ ଦୁଖିତ। ସମସ୍ତଙ୍କ କଥା ବୁଝିବାକୁ ମୁଖ୍ୟମନ୍ତ୍ରୀ ଆମକୁ ପଠାଇଛନ୍ତି।  ଲୋକଙ୍କ ଆବେଦନ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ।”

ସୂଚନାଯୋଗ୍ୟ, ଗତ ୧୦ ତାରିଖର ଅପରାହ୍ନରେ ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ନିର୍ବନ୍ଧ କାମ ପାଇଁ ସିଲ୍କି ସିଟି ବସ୍ ଚିକରଡା ଅଭିମୁଖେ ଯାଉଥିଲା। ତେବେ ମେଲପତୁରରେ ବିଦ୍ୟୁତ୍‌ ତାର ଓହଳି ପଡ଼ିଥିଲେ ବି ବସ୍ ଡ୍ରାଇଭର ଗଗନ ନାୟକ ଦେଖିପାରିନଥିଲେ। ଫଳରେ ବସ୍‌ଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୧୦ ନିରୀହ ବସ୍ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ଏଭଳି ଅଘଟଣକୁ ଦେଖି ବସ୍ ଡ୍ରାଇଭର ଗଗନ ନାୟକ ବସ୍‌ରୁ ଡେଇଁ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ୍ ପରେ ତାଙ୍କୁ  ଗିରଫ କରିଥିଲା।



from Odisha Reporter https://ift.tt/38ofMg3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages