ଇମରାନ୍‌ ହାଶ୍‌ମୀଙ୍କ ଚୁମ୍ୱକୀୟ ଶକ୍ତି କମ୍‌ ହୋଇଯାଇଛି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

ଇମରାନ୍‌ ହାଶ୍‌ମୀଙ୍କ ଚୁମ୍ୱକୀୟ ଶକ୍ତି କମ୍‌ ହୋଇଯାଇଛି !

ମୁମ୍ୱାଇ : କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ଶୋ’ର ଆଗାମୀ ଏପିସୋଡ୍‌ରେ ଫିଲ୍ମ ‘ମଲଙ୍ଗ’ର ଷ୍ଟାର ଆଦିତ୍ୟ ରାୟ କପୁର ଓ ଦିଶା ପଟାନିଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହିତ ଫିଲ୍ମର ନିର୍ଦ୍ଦେଶକ ମୋହିତ ସୁରୀ ଓ ଅଭିନେତା ଅନିଲ କପୁର ମଧ୍ୟ ଦେଖିବାକୁ ମିଳିବ।

ଶୋ’ରେ କପିଲ ମଜାମସ୍ତି ଆଳରେ ଇମରାନ୍‌ ହାଶ୍‌ମୀଙ୍କୁ ନେଇ କିଛି ଏପରି କହିଥିଲେ, ଯାହାକୁ ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଦର୍ଶକ ଓ ବିଚାରପତି ହସିବାକୁ ଲାଗିଥିଲେ।

କପିଲ ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓଟିକୁ ଶେଆର କରିଛନ୍ତି, ଯେଉଁଥିରେ ସେ ନିର୍ଦ୍ଦେଶକ ମୋହିତ ସୁରୀଙ୍କୁ କହୁଛନ୍ତି, ମୋଟ ୧୨ଟି ଫିଲ୍ମ ମଧ୍ୟରୁ ୭ଟି ଆପଣ ଇମରାନ୍‌ ହାଶ୍‌ମୀଙ୍କ ସହିତ ତିଆରି କରିଛନ୍ତି। ‘ମଲଙ୍ଗ’ ଫିଲ୍ମରେ ବି ଇମରାନ୍‌ ହାଶ୍‌ମୀଙ୍କ ପରି କିସିଂ ସିନ୍‌ ରହିଛି। କିନ୍ତୁ ତାଙ୍କୁ କ’ଣ ପାଇଁ ଫିଲ୍ମରେ ନେଲେ ନାହିଁ। କ’ଣ ତାଙ୍କର ଚୁମ୍ୱକୀୟ ଶକ୍ତି କମ୍‌ ହୋଇଗଲା। କପିଲଙ୍କ କଥା ଶୁଣିବା ପରେ ମୋହିତ ତାଙ୍କ ମୁହଁ ଲୁଚାଇ ହସିବାକୁ ଲାଗୁଛନ୍ତି।

କେବଳ ସେତିକି ନୁହେଁ, ଶୋ’ରେ କପିଲ ଦିଶା ପଟାନିଙ୍କୁ ପ୍ରଶ୍ନ କରିଥିଲେ, ‘ସବୁ ଫିଲ୍ମ ଶେଷରେ ଆପଣ କାହିଁକି ମରି ଯାଉଛନ୍ତି।’

କପିଲଙ୍କ ବ୍ୟତୀତ କୃଷ୍ଣା ଅଭିଷେକ ସମସ୍ତଙ୍କ ହସାଇବା ପାଇଁ ଆଦିତ୍ୟଙ୍କୁ ‘ଆଶୀକି’ ଫିଲ୍ମ ଷ୍ଟାଇଲ୍‌ରେ କିସ୍‌ କରିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ‘ମଲଙ୍ଗ’ ଫିଲ୍ମ ୭ ଫେବୃଆରୀରେ ରିଲିଜ୍‌ ହେବ। ଏଥିରେ ଆଦିତ୍ୟ ରାୟ କପୁର, ଦିଶା ପଟାନି, ଅନିଲ କପୁରଙ୍କ ବ୍ୟତୀତ କୁନାଲ ଖେମୁଙ୍କ ଅଭିନୟ ଦେଖିବାକୁ ମିଳିବ।



from Odisha Reporter https://ift.tt/396FDZN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages