ବିପଦସଙ୍କୁଳ ଅବସ୍ଥାରେ ଅଛି ସ୍କୁଲ୍‌, ଗୁରୁତ୍ୱ ଦେଉନି ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 14, 2020

ବିପଦସଙ୍କୁଳ ଅବସ୍ଥାରେ ଅଛି ସ୍କୁଲ୍‌, ଗୁରୁତ୍ୱ ଦେଉନି ପ୍ରଶାସନ

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଳକ୍‌ରେ ରହିଛି ସଲଙ୍ଗାବହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ୍‌ ୧୯୪୯ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୩୫ ଜଣ ଛାତ୍ରାଛାତ୍ରୀ ପାଠ ପଢ଼ନ୍ତି। ସ୍କୁଲରେ ୪ ଜଣ ଶିକ୍ଷକ ଅଛନ୍ତି। ହେଲେ ସ୍କୁଲ୍‌ରେ ଥିବା ପାଞ୍ଚଟି ଶ୍ରେଣୀ ଗୃହ ମଧ୍ୟରୁ ତିନୋଟିର ଛାତରୁ ସିମେଣ୍ଟ ଅତଡ଼ା ଖସୁଛି। ଏଥିସହ କାନ୍ଥ ମଧ୍ୟ ଫାଟି ଆଁ କରିଛି। ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଗୃହ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହି ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନେ ତିନି ବର୍ଷ ହେବ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ କକ୍ଷରେ ବସି ପାଠ ପଢ଼ୁଛନ୍ତି।  ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଗୋଟିଏ ଶ୍ରେଣୀରେ ବସୁଥିବା ବେଳେ ଆଉ ଗୋଟିଏ ଶ୍ରେଣୀ ଗୃହରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାମାନେ ବସୁଛନ୍ତି। ଫଳରେ ଶିକ୍ଷକମାନଙ୍କୁ ପାଠ ପଢ଼ାଇବାରେ ଅସୁବିଧା ହେଉଛି।

ପଞ୍ଚମ ଶ୍ରେଣୀର ଛାତ୍ର ଶୁଭମ୍ କୁମାର ନାଗ କହିଛନ୍ତି, “ଆମର ତିନୋଟି କ୍ଲାସ୍‌ ରୁମ୍‌ ପୂରା ଭାଙ୍ଗି ଯାଇଛି। ଆଉ ଦୁଇଟି କ୍ଲାସ୍‌ ରୁମ୍ ଟିକେ ଭଲ ଅଛି। ସେଠାରେ ଆମେ ବସି ପାଠ ପଢ଼ୁଛୁ। ଏଣୁ ଅସୁବିଧା ହେଉଛି।  ଚତୁର୍ଥ ଶ୍ରେଣୀ ପିଲାଙ୍କ ସହିତ ଆମେ ଗୋଟିଏ କକ୍ଷରେ ବସୁଥିବା ତାଙ୍କୁ ପାଠ ପଢ଼ାଗଲା ବେଳେ ଆମକୁ ଅସୁବିଧା ହେଉଛି।”

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୀନା କିସାନ କହିଛନ୍ତି, “ଗୋଟିଏ କୋଠରୀରେ ଦୁଇ ଶ୍ରେଣୀର ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଲା ବେଳେ ଅସୁବିଧା ହେଉଛି। ସ୍କୁଲ ସମସ୍ୟା ନେଇ ବିଇଓ ଏବଂ ସରପଞ୍ଚଙ୍କୁ ଜଣାଇଛୁ। ସରପଞ୍ଚ ଓ ବ୍ଲକ୍‌ ଅଫିସ୍‌ର କର୍ମଚାରୀମାନେ ମଧ୍ୟ ସ୍କୁଲ ଦେଖି ଯାଇଛନ୍ତି। ହେଲେ ଆଜି ଯାଏ କିଛି ପଦକ୍ଷେପ ନିଆଯାଇ ନାହିଁ।”

ସ୍କୁଲ୍‌ରେ ଅଫିସ୍‌ ଗୃହ ନାହିଁ। ତେଣୁ ଷ୍ଟୋର ରୁମ୍‌ରେ ଅଫିସ୍ କାମ ଚାଲିଛି। ଏଥିସହ ସ୍କୁଲରେ ପାନୀୟ ଜଳର ସୁବିଧା ମଧ୍ୟ ନାହିଁ। ସ୍କୁଲ ପରିସରରେ ଥିବା ନଳକୂପରୁ ଲୁହାଳିଆ ପାଣି ବାହାରୁ ଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ପିଇ ପାରୁ ନାହାନ୍ତି। ସ୍କୁଲ୍‌ ସମସ୍ୟା ନେଇ ବିଦ୍ୟାଳୟ କମିଟି ଅଧ୍ୟକ୍ଷ, ଗ୍ରାମବାସୀ ଓ ପ୍ରଧାନଶିକ୍ଷକ ବାରମ୍ବାର ବରିଷ୍ଠ ଅଧିକାରୀ, ନେତା ଓ ମନ୍ତ୍ରୀଙ୍କୁ ଲିଖିତ ଏବଂ ମୌଖିକ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।

କୁଆଁରମୁଣ୍ଡା ସିଆରସିସି ସୁଶୀଲ କୁମାର ବଡ଼ାଇକ୍ କହିଛନ୍ତି, “ସ୍କୁଲର ସମସ୍ୟା ନେଇ ବ୍ଲକ୍‌ ପ୍ରଶାସନଠୁ ଆରମ୍ଭ କରି ଶିକ୍ଷା ଅଧିକାରୀଙ୍କୁ ଜଣାଇଛୁ। ହେଲେ କୌଣସି ସୁଫଳ ମିଳି ପାରି ନାହିଁ।”

କୁଆଁରମୁଣ୍ଡା ବ୍ଲକ ଏବିଇଓ ମୋହନ କୁମାର ସିଂହ କହିଛନ୍ତି, “ଯଥାଶୀଘ୍ର କ୍ଲାସ୍‌ ରୁମ୍‌ର ମରାମତି କରାଯିବ। ଏନେଇ ଆମେ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ। ଏଥିସହ ସ୍କୁଲର ଆଉ ଯେଉଁ ସମସ୍ୟା ରହିଛି, ସେଗୁଡ଼ିକର ବି ସମାଧାନ କରାଯିବ।”



from Odisha Reporter https://ift.tt/2UZknlf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages