ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ୩ ଦିନ ହେବ ନିଆଁ ଲାଗିଯାଇଛି। ଏଥିଯୋଗୁ ଦାରୁଠେଙ୍ଗ ସହ ପାଖାପାଖି ସମସ୍ତ ଗାଁରେ ଧୂଆଁ ବ୍ୟାପି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏଥିଯୋଗୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ଡମ୍ପିଂୟାର୍ଡରେ ନିଆଁ ଲାଗିଥିଲେ ବି ଲିଭାଯାଉ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏହାସହ ଧୂଆଁମୟ ସ୍ଥିତି ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷେ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ ଧୂଆଁ ଯୋଗୁ ଯିବା ଆସିବାରେ ଅସୁବିଧା ହେଉଛି, ଆଖି ପୋଡୁଛି। ପିଲା ଛୁଆଙ୍କୁ ଧରି ରହିବା କଷ୍ଟକର ହୋଇ ପଡ଼ୁଛି । ଡମ୍ପିଂୟାର୍ଡରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉନାହିଁ। ପବନ ହେବା ଯୋଗୁ ଧୂଆଁ ଚାରିଆଡକୁ ବ୍ୟାପୁଛି । ଫଳରେ ଏହାର ଦୁର୍ଗନ୍ଧରେ ରହିବା କଷ୍ଟକର ହୋଇପଡ଼ୁଛି।”
from Odisha Reporter https://ift.tt/2wdXWy5
No comments:
Post a Comment