ନୂଆଦିଲ୍ଲୀ: ୨୦ ବର୍ଷ ତଳେ ହୋଇଥିବା ମ୍ୟାଚ ଫିକ୍ସ ଘଟଣାର ମାଷ୍ଟର ମାଇଣ୍ଡ ସଞ୍ଜୀବ ଚାଓ୍ୱଲାଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ବ୍ରିଟେନରୁ ଦିଲ୍ଲୀ ଆଣିଛି। ଦିଲ୍ଲୀ ଆଣିବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରିଟେନ ଯାଇଥିଲା। ଆଜି ୧୧ଟା ବେଳେ ସଞ୍ଜୀବଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍।
ଭାରତ ଓ ବ୍ରିଟେନ ମଧ୍ୟରେ ୧୯୯୨ରେ ହୋଇଥିଲା ପ୍ରତ୍ୟାର୍ପଣ ଚୁକ୍ତି। ଏହାପରେ ପ୍ରଥମ ଥର ପାଇଁ ଏହି ହାଇ ପ୍ରୋଫାଇଲ ମାମଲାରେ ଭାରତ ପ୍ରତ୍ୟାର୍ପଣ ଚୁକ୍ତି ଆଧାରରେ ଜଣେ ଅଭିଯୁକ୍ତକୁ ଭାରତ ଆଣିବାରେ ସଫଳ ହୋଇଛି। ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ଟିମର ଅଧିନାୟକ ହାନସି କ୍ରୋନିଏ ମ୍ୟାଚ ଫିକ୍ସିଂ କରିଥିବାର ପ୍ରମାଣ ମିଳିଥିଲା। ଏହି ମାମଲାର ତଦନ୍ତ କରୁଥିବା ଦିଲ୍ଲୀର ପୂର୍ବତନ ପୁଲିସ କମିଶନର କେକେ ପାଲଙ୍କ ଅନୁସାରେ ମ୍ୟାଚ ଫିକ୍ସିଂ କାଣ୍ଡରେ ଚାଓ୍ୱଲା ହାନସିଙ୍କ ସହିତ ସବୁବେଳେ ଯୋଗାଯୋଗରେ ଥିଲେ। ହେଲେ ୨୦୦୦ ମସିହାରେ ହାନସିଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ହେଲେ ଚାଓ୍ୱଲା ଅନ୍ୟ ଲୋକଙ୍କ ସହିତ ମଧ୍ୟ ସମ୍ପର୍କରେ ଥିଲେ। ୨୦୦୦ ମସିହାରେ ଯେତେବେଳେ ମ୍ୟାଚ ଫିକ୍ସିଂ ଘଟଣାର ଖୁଲାସା ହୋଇଥିଲା ସେତେବେଳେ ସଞ୍ଜୀଭ ଇଂଲଣ୍ଡରେ ଥିଲେ। ୧୯୯୬ରୁ ସଞ୍ଜୀବ ଇଂଲଣ୍ଡ ପଳାଇଥିଲେ। ହେଲେ ୨୦୧୬ରେ କେନ୍ଦ୍ର ସରକାର ତାଙ୍କୁ ଭାରତ ଆଣିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ।
୨୦୦୦ ମସିହାରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ମ୍ୟାଚ ଫିକ୍ସିଂ ବାବଦରେ ଖୁଲାସା କରିଥିଲା। ଏହାର ୧୩ ବର୍ଷ ପରେ ୨୦୧୩ରେ ସଞ୍ଜୀବ ଚାଓ୍ୱଲାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଥିଲା। ଫୋନ୍ ରେକର୍ଡିଂକୁ ପ୍ରମାଣ ଭାବେ ଗ୍ରହଣ କରି ଦିଲ୍ଲୀ କ୍ରାଇମବ୍ରାଞ୍ଚ ସଞ୍ଚୀବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏମିତିକି ଚାଓ୍ୱଲା ୧୫, ୦୦୦ ଡଲାର ମ୍ୟାଚ ଫିକ୍ସିଂ ପାଇଁ ଲାଞ୍ଚ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏମିତିକି ଚାଓ୍ୱଲା ହାନସିଙ୍କୁ ମଧ୍ୟ ଫୋନ୍ କରି ଧମକ ଦେଇଥିବାର ପ୍ରମାଣ ରହିଛି।
ଏବେ ଚାଓ୍ୱଲା ଯଦି ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ତାଙ୍କୁ ୭ ବର୍ଷ ଜେଲଦଣ୍ଡା ଭୋଗିବାକୁ ହେବ।
from Odisha Reporter https://ift.tt/2SI8ugy
No comments:
Post a Comment