ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ଟ୍ୱିଟ୍ କରି ସେ ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ଅବସରରେ ତାଙ୍କୁ ସମର୍ଥନ କରିଥିବା ସମସ୍ତ ଶୁଭେଚ୍ଛୁ ଓ କ୍ରିକେଟ୍ ପ୍ରେମୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତା’ସହିତ ଟିମ୍ ଇଣ୍ଡିଆରେ ଖେଳିବା ପାଇଁ ସୁଯୋଗ ଦେଇଥିବାରୁ ବିସିସିଆଇକୁ ମଧ୍ୟ ପ୍ରଜ୍ଞାନ ଧନ୍ୟବାଦ ଜଣାଇଛନ୍ତି।
It’s time I move on to the next phase of my life. The love and support of each and every individual will always remain with me and motivate me all the time 🙏🏼 pic.twitter.com/WoK0WfnCR7
— Pragyan Ojha (@pragyanojha) February 21, 2020
୨୦୦୮ରେ ସେ ବାଂଲାଦେଶ ବିରୋଧରେ ଦିନିକିଆ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଟିମ୍ ଇଣ୍ଡିଆ ତରଫରୁ ସେ ମୋଟ ୧୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୨୧ଟି ୱିକେଟ୍ ଅକ୍ତିଆର୍ କରିଥିଲେ। ଶେଷ ଥର ପାଇଁ ୨୦୧୨ ମସିହା ଜୁଲାଇ ୨୪ ତାରିଖରେ ସେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେହିପରି ୨୦୦୯ରେ ସେ ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରିଥିଲେ। ସେ ଟିମ୍ ଇଣ୍ଡିଆରେ ସାମିଲ ହୋଇ ୨୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ୨୪ଟି ଟେଷ୍ଟରୁ ସେ ୧୧୩ଟି ୱିକେଟ୍ ନେଇଥିଲେ। ଶେଷଥର ପାଇଁ ୨୦୧୩ରେ ନଭେମ୍ବର ମାସରେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ସେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଏହାପରେ ସେ ଆଉ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇପାରି ନଥିଲେ। ସେ ୧୪ ବର୍ଷ ଧରି ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ତରଫରୁ ଖେଳିଥିଲେ।
୨୦୦୪-୦୫ରେ ଫାଷ୍ଟ୍ କ୍ଲାସ୍ କ୍ରିକେଟ୍ରେ ଡେବ୍ୟୁ କରିଥିବା ପ୍ରଜ୍ଞାନ ଟିମ୍ ଇଣ୍ଡିଆ ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ସେ ଡେକାନ୍ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ୍ ମଧ୍ୟ ଖେଳିଛନ୍ତି। ଡେକାନ୍ ତରଫରୁ ଥରେ ଓ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ସେ ଦୁଇ ଥର ଆଇପିଏଲ୍ରେ ସାମିଲ ହୋଇଥିଲେ। ସେ ମୋଟ ୯୨ଟି ଆଇପିଏଲ୍ ମ୍ୟାଚ୍ ଖେଳି ୮୯ଟି ୱେକେଟ୍ ନେଇଥିଲେ। ସେ ହାଇଦ୍ରାବାଦ ସହିତ ବେଙ୍ଗଲ ଓ ବିହାର ପକ୍ଷରୁ ମଧ୍ୟ ରଣଜୀ ମ୍ୟାଚ୍ ଖେଳିଛନ୍ତି।
ଟ୍ୱିଟ୍ କରି ପ୍ରଜ୍ଞାନ କହିଛନ୍ତି ଯେ ତାଙ୍କର ଖରାପ ସମୟରେ ବେଙ୍ଗଲ କ୍ରିକେଟ ଆସୋସିଏସନ, ବିହାର କ୍ରିକେଟ ଆସୋସିଏସନ ଓ ସୌରଭ ଗାଙ୍ଗୁଲି ଅନେକ ସହଯୋଗ କରିଛନ୍ତି। ଏଥିପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଇପିଏଲ ଖେଳିବା ପାଇଁ ଡେକାନ୍ ଚାର୍ଜର୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ତାଙ୍କୁ ସୁଯୋଗ ଦେଇଥିବାରୁ ସେମାନଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ଭିଭିଏସ ଲକ୍ଷ୍ଣଣ, ରୋହିତ ଶର୍ମା ଓ ଅନ୍ୟ ସହଯୋଗୀ ଖେଳାଳିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
from Odisha Reporter https://ift.tt/2PaTw1R
No comments:
Post a Comment