ଭୁବନେଶ୍ୱର: ଆମ ରୋଷେଇ ଘରେ ଥିବା ଏକ ମସଲା ହେଉଛି ଗୋଲମରିଚ। ଏହା ପାଟିକୁ ରାଗ ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଲମକିଚ ଖାଇଲେ ଆୟୁଷ ବଢ଼ିଥାଏ। ଗୋଲମରିଚରେ ଆଇରନ୍, ପୋଟାସିୟମ୍, ଫସ୍ଫରସ୍, ମାଙ୍ଗାନିଜ୍, ଜିଙ୍କ୍, କ୍ରୋମିୟମ୍, ଭିଟାମିନ୍-ଏ ଓ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀର ପାଇଁ ଖୁବ୍ ଉପକାରୀ।
- ଗବେଷଣା ଅନୁସାରେ ଯେଉଁ ବ୍ୟକ୍ତି ନିଜ ଖାଦ୍ୟରେ ଗୋଲମରିଚକୁ ସାମିଲ କରନ୍ତି, ଅନ୍ୟମାନଙ୍କ ତୁଳନାରେ ସେମାନଙ୍କ ବୟସ ୮.୨ ବର୍ଷ ବଢ଼ି ଯାଇଥାଏ। ଗୋଲମରିଚ ଦେହ ପାଇଁ ଭଲ, କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହାକୁ ଗରମ କରି ଖାଇଲେ ଅଧିକ ସୁଫଳ ମିଳିଥାଏ।
- ଗୋଲମରିଚରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କ୍ୟାନସର ଓ କାର୍ଡିଓଭାସ୍କୁଲାର୍ ରୋଗ ସହିତ ଲଢ଼େଇ କରିଥାଏ। ତେଣୁ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ। ସେଥିପାଇଁ ପ୍ରତ୍ୟେକ ଦିନ ନିଜ ଡାଏଟ୍ରେ ଗୋଲମରିଚକୁ ସାମିଲ କରିବା ପାଇଁ ଆୟୁର୍ବେଦିକ ଡାକ୍ତର ପରାମର୍ଶ ଦେଇଥା’ନ୍ତି।
- ଯଦି ଭୋକ ଲାଗୁନାହିଁ, ତେବେ ଗୋଲମରିଚକୁ ଉଷୁମ ପାଣିରେ ପକାଇ ପିଇବା ଦ୍ୱାରା ଭୋକ ବଢ଼ିଥାଏ।
- ସେହିପରି ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ କମ୍ କରିବା ପାଇଁ ଗୋଲମରିଚ ସବୁଠୁ ଭଲ। ଏହି ସମୟରେ ଗୋଲମରିଚ ଓ ସୁଣ୍ଠିକୁ ଉଷୁମ ପାଣି ସହିତ ପିଇଲେ ପେଟ ଯନ୍ତ୍ରଣା କମ୍ ହୋଇଥାଏ।
- ଗ୍ୟାସ୍, ଅଜୀର୍ଣ୍ଣ କିମ୍ବା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଗୋଲମରିଚ ମୁକ୍ତି ଦେଇଥାଏ। ଗୋଲମରିଚ ଶରୀରରେ ପାଚନ କ୍ରିୟାକୁ ସନ୍ତୁଳିତ ରଖିଥାଏ। ତେଣୁ ପେଟ ଫୁଲିବା, ଗ୍ୟାସ୍, ଅଜୀର୍ଣ୍ଣ କିମ୍ବା କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।
from Odisha Reporter https://ift.tt/2I92b0T
No comments:
Post a Comment