୨୦ ଘଣ୍ଟାର ମାରାଥନ ଜେରା ପରେ ୟେସ୍ ବ୍ୟାଙ୍କର ସଂସ୍ଥାପକ ଗିରଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

୨୦ ଘଣ୍ଟାର ମାରାଥନ ଜେରା ପରେ ୟେସ୍ ବ୍ୟାଙ୍କର ସଂସ୍ଥାପକ ଗିରଫ୍

ମୁମ୍ୱାଇ: ଦିଓ୍ୱାନ ହାଉସିଂ ଫାଇନାନ୍ସ କର୍ପୋରେଶନ ଲିମିଟେଡ (ଡିଏଚଏଫଏଲ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ୟେସ୍ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସକାଳ ୩ଟାରେ ଇଡି ଗିରଫ କରିଛି। ଆଜି କୋର୍ଟରେ ହାଜର କରି ରିମାଣ୍ଡ ନେଇପାରେ ଇଡି। ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଣା କପୁରଙ୍କୁ ୨୦ରୁ ଅଧିକ ଘଣ୍ଟା ଧରି ଏହି ୟେସ୍ ବ୍ୟାଙ୍କ୍ ମାମଲାରେ ଜେରା କରିଥିଲା। ଶେଷରେ ଡିଏଚଏଫଏଲ ମାମଲାରେ ରାଣା କପୁରଙ୍କୁ ଗିରଫ କରିଛି ଇଡି।

ଡିଏଚଏଫଏଲକୁ ୟେସ୍ ବ୍ୟାଙ୍କ୍ ୪,୪୫୦ କୋଟି ଟଙ୍କା ଋଣ ଦେଇଥିଲା। ସେଥିରୁ ଡିଏଚଏଫଏଲକୁ ୩,୭୫୦ କୋଟି ଏବଂ ଡିଏଚଏଫଏଲର ସହଯୋଗ କମ୍ପାନୀ ଆରକେଡବ୍ଲ୍ୟୁ ଡେଭଲପର୍ସକୁ ୭୫୦ କୋଟି ଟଙ୍କା ଦେଇଥିଲା ଏହି ଘରୋଇ ବ୍ୟାଙ୍କ୍। ମୋଟ୍ ଉପରେ ୪,୪୫୦ କୋଟି ଟଙ୍କା ୟେସ୍ ବ୍ୟାଙ୍କ ଦେଇଥିଲା। ହେଲେ ଡିଏଚଏଫଏଲ କମ୍ପାନୀ ଋଣ ଫେରସ୍ତ କରିପାରିନଥିଲା। ପ୍ରତି ବଦଳରେ ୟେସ୍ ବ୍ୟାଙ୍କ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନଥିଲା ତାହା ଏବେ ପ୍ରଶ୍ନ ଘେରରେ। ଯାହାକୁ ନେଇ ଇଡି ତଦନ୍ତ କରୁଛି।

ରାଣା କପୁର ଏବଂ ତାଙ୍କର ଦୁଇ ଝିଅଙ୍କର ଡୋଇଟ୍ ଅର୍ବାନ୍ ଭେଞ୍ଚର୍ସ କମ୍ପାନୀକୁ ୟେସ୍ ବ୍ୟାଙ୍କରୁ ୬୦୦ କୋଟି ଟଙ୍କା ମିଳିଥିବା ଇଡି ସନ୍ଦେହ ପ୍ରକାଶ କରିଛି। ଏ ନେଇ ତଦନ୍ତ କରୁଛି। ଏହି କମ୍ପାନୀ ଋଣ ପରିଶୋଧ କରିନଥିବା ବେଳେ ୟେସ୍ ବ୍ୟାଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏଥିରେ କପୁର ଏବଂ ତାଙ୍କର ଦୁଇ ଝିଅ ଅଛନ୍ତି। ଡୋଇଟ୍ ଅର୍ବାନ୍ ଭେଞ୍ଚର୍ସର ନିର୍ଦ୍ଦେଶକ ରହିଛନ୍ତି କପୁୁରଙ୍କ ଝିଅ, କାର୍ଯ୍ୟାନୁଷ୍ଠାନ ନହେଉ ବୋଲି ମୌଖିକ ଭାବରେ ଡିଏଚଏଫଏଲରୁ ରାଣାଙ୍କ ଝିଅର କମ୍ପାନୀ ଟଙ୍କା ନେଇଥିବା ସନ୍ଦେହ ପ୍ରକାଶ ପାଇଛି।

ଡିଏଚଏଫଏଲ ଏବେ ଦୂର୍ନୀତି ମାମଲାରେ ଫସିଛି। ଡିଏଚଏଫଏଲ ୭୯ଟି କମ୍ପାନୀକୁ ୧୩,୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିଥିଲା। ଏହି ଟଙ୍କା ମଧ୍ୟରେ ୟେସ୍ ବ୍ୟାଙ୍କ ଦେଇଥିବା ୪,୪୫୦ କୋଟି ନାହିଁ ତ ବୋଲି ଇଡି ସନ୍ଦେହ ପ୍ରକାଶ କରିଛି। ଏହି ୭୯ଟି କମ୍ପାନୀ ମଧ୍ୟରେ ଡୋଇଟ୍ ଅର୍ବାନ୍ ଭେଞ୍ଚର୍ସ ରହିଛି କି ନାହିଁ ଏବେ ଇଡି ତଦନ୍ତ କରିବ।

ମୁମ୍ବାଇ ଏବଂ ଦିଲ୍ଲୀର ପ୍ରଭାଦେଭିରେ ଥିବା ୟେସ୍ ବ୍ୟାଙ୍କର ମୁଖ୍ୟାଳୟରେ ଇଡି ତଦନ୍ତ କରିସାରିଛି। ଆଗାମୀ ଦିନରେ ରାଣା କପୁରଙ୍କ ଝିଅଙ୍କୁ ମଧ୍ୟ ପଚରା କରିଯିବ ବୋଲି ଇଡି ଅଧିକାରୀ କହିଛନ୍ତି। ଏହାବାଦ କପୁର ପରିବାରର ଆର୍ଥିକ କାରବାର ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2wHBjlO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages