‘ନାଗିନ୍ ୪’ରେ ଏଣ୍ଟ୍ରି ନେବେ ରଶ୍ମି ଦେଶାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

‘ନାଗିନ୍ ୪’ରେ ଏଣ୍ଟ୍ରି ନେବେ ରଶ୍ମି ଦେଶାଇ

ମୁମ୍ବାଇ: ରଶ୍ମି ଦେଶାଇ। ଟେଲି  ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ବହୁତ ସିରିଏଲ୍‌ରେ ସେ ସଂସ୍କାରୀ ବୋହୂ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି। ହେଲେ ନିକଟରେ ଶେଷ ହୋଇଥିବା ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୩’ରେ ସେ ଏକଦମ୍‌ ହଟ୍‌କେ ଅନ୍ଦାଜ୍‌ରେ ନଜର ଆସିଥିଲେ। ଶୋ’ ସିନା ଜିତିପାରି ନଥିଲେ ହେଲେ ତାଙ୍କ ଦମ୍‌ଦାର୍‌ ବ୍ୟକ୍ତିତ୍ୱ, ଚୁଲ୍‌ବୁଲି ସ୍ୱଭାବ ଓ ଷ୍ଟାଇଲ୍‌ ଦର୍ଶକଙ୍କ ମନ ଜିତି ନେଇଥିଲା। ଏହି ଶୋ’ ପରେ ତାଙ୍କ ଫ୍ୟାନ୍‌ ଫଲୋଇଂ ଆହୁରି ବଢ଼ିଯାଇଛି। ‘ବିଗ୍‌ବସ୍‌ ୧୩’ ପରେ ଫ୍ୟାନ୍‌ମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ଚାହୁଁଛନ୍ତି। ଆଉ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏକ୍‌ତା କପୁରଙ୍କ ହିଟ୍‌ ସିରିଏଲ୍‌ ‘ନାଗିନ୍ ୪’ରେ ଏଣ୍ଟ୍ରି କରିବେ ରଶ୍ମି।

‘ନାଗିନ୍‌ ୪’କୁ ହିଟ୍‌ କରାଇବା ପାଇଁ ନିର୍ମାତା ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। କିଛିଦିନ ତଳେ ଶୋ’ରେ ନୂଆ ଟ୍ୱିଷ୍ଟ ଆଣିବା ପାଇଁ ନିର୍ମାତ ଏହାର କାହାଣୀରୁ ଜସ୍ମିନ୍‌ ଭସୀନ୍‌ ଅଭିନୟ କରୁଥିବା ନୟନତାରା ଚରିତ୍ରକୁ ଶେଷ କରିଦେଇଛନ୍ତି। ନୟନତାରାଙ୍କର ମୃତ୍ୟୁ ହୋଇଯାଇଛି। ଜସ୍ମିନ୍‌ଙ୍କର ହଠାତ୍‌ ଶୋ’ରୁ ବାହାରିଯିବା ଫ୍ୟାନ୍‌ମାନଙ୍କୁ ନିରାଶ କରିଛି। ହେଲେ ନୂଆ ଷ୍ଟାରଙ୍କର ଏଣ୍ଟ୍ରି ଦେଖିବା ପାଇଁ ମଧ୍ୟ ସମସ୍ତେ ବେଶ୍‌ ଉତ୍ସାହିତ ଅଛନ୍ତି। ସୂଚନା ଅନୁଯାୟୀ, ଏବେ ରଶ୍ମି ଦେଶାଇ ଏଣ୍ଟ୍ରି ନେବେ। କୁହାଯାଉଛି ଯେ ସେ ଏଥିପାଇଁ ଶୁଟିଂ ବି ଆରମ୍ଭ କରିଦେଲେଣି ଓ ରବିବାର ଏପିସୋଡ୍‌ରେ ନଜର ଆସିପାରନ୍ତି। ଅବଶ୍ୟ ଏ ନେଇ ନିର୍ମାତା କୋଣସି ଘୋଷଣା କରିନାହାନ୍ତି।

‘ନାଗିନ୍‌ ୪’ରୁ ଗତ ସପ୍ତାହରେ ବାହାରିଥିଲେ ଜସ୍ମିନ୍‌। ତାଙ୍କ ଚରିତ୍ରର ଆବଶ୍ୟକତା ଶେଷ ହୋଇଯିବା ପରେ ତାଙ୍କୁ ଏଥିରୁ ବାହାରିବାକୁ ପଡ଼ିଥିଲା। ଜସ୍ମିନ୍‌ କହିଥିଲେ ଯେ ଏହା ପୂର୍ବ ନିର୍ଦ୍ଧାରିତ ଥିଲା। ସିରିଏଲ୍‌ରେ କିଛି ରହସ୍ୟ ଆଣିବା ପାଇଁ ତାଙ୍କ ଚରିତ୍ରକୁ ସାମିଲ୍ କରାଯାଇଥିଲା। ତାଙ୍କ ଚରିତ୍ର ଦର୍ଶକଙ୍କୁ ଏହା ଭାବିବାକୁ ବାଧ୍ୟ କରିବାର ଥିଲା ଯେ ସେ ହେଉଛନ୍ତି ନାଗୁଣୀ। ଆଉ ଏହା ଭିତରେ ନିୟା ଶର୍ମା ଅସଲି ନାଗୁଣୀ ହୋଇ ଦର୍ଶକଙ୍କ ସାମ୍ନାକୁ ଆସିଥାନ୍ତେ, ଯାହା କି ଏବେ ହୋଇସାରିଛି। ତେଣୁ ଆଉ ତାଙ୍କ ଚରିତ୍ରର କିଛି ଆବଶ୍ୟକତା ନାହିଁ।

ସୂଚନା ଅନୁଯାୟୀ, ସାୟନ୍ତନୀ ଘୋଷ ମଧ୍ୟ ଶୋ’ରୁ ବିଦାୟ ନେଇଯିବେ। ସେ ନିଜେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶୋ’ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ନିର୍ମାତା ଏଥିରେ ନୂଆ ନୂଆ ଟ୍ୱିଷ୍ଟ ଆଣିବାକୁ ଚାହୁଁଛନ୍ତି। ତେଣୁ ସିରିଏଲ୍‌ରେ ଏବେ ତାଙ୍କ କ୍ୟାରେକ୍ଟରକୁ ମାରିବାକୁ ନିଷ୍ପତ୍ତି ନିଆଯାଇଛି।

 



from Odisha Reporter https://ift.tt/3cLnunl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages