ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌କୁ ନେଇ ବେଟିଂ, ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍‌କୁ ନେଇ ବେଟିଂ, ୩ ଗିରଫ

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିପାଇଁ ବେଟିଂ କରିବା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁରର ପିଚିକି ଇଶ୍ୱର ରାଓ, ଜେଲ୍‌ପେଟା ସାହିର ଡାଟି ରମେଶ ଓ ବାଉରୀ ଦାହିର ସନ୍ତୋଷ ବାଉରୀ।ସେମାନଙ୍କଠାରୁ ପୁଲିସ୍‌ ୧ଲକ୍ଷ ୨୬ ହଜାର ଟଙ୍କା, ୬ଟି ମୋବାଇଲ, ୩ଟି ଏଟିଏମ୍ କାର୍ଡ ଓ ଦୁଇଟି ବାଇକ୍‌ ଜବତ କରିଛି।

ଏହି ୩ ଜଣ ଅନ୍‌ ଲାଇନ୍‌ରେ ବେଟିଂ କରୁଥିବା ଖବର ପାଇ ପୁଲିସ୍ ଗତକାଲି ସେମାନଙ୍କୁ ପଚରାଉଚରା କରିଥିଲା। ଏହାପରେ ଆଜି ସେମାନଙ୍କୁ ଗିରଫ କରିଛି।

ଏହି ତିନି ଜଣ ବ୍ୟକ୍ତି ମହିଳା ସୁପର ଲିଗ୍‌ ଓ ପାକିସ୍ତାନର ସୁପର ଲିଗ୍‌ରେ ମଧ୍ୟ ବେଟିଂ କରିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏହି ଘଟଣାରେ ସଂପୃକ୍ତି ଥିବା ପ୍ରାୟ ୧୫ ଜଣ ଫେରାର୍ ଥିବା ଜଣାପଡ଼ିଛି। ଏହି ବେଟିଂର ଚେର ହ୍ରାଇଦ୍ରାବାଦ ଓ ଛତିଶଗଡ଼କୁ ଲମ୍ୱିଥିବା ପୁଲିସ୍ ଅନୁମାନ କରୁଛି।



from Odisha Reporter https://ift.tt/38Bl5YS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages