ଗୋଟିଏ ଦିନରେ ଇଟାଲୀରେ ୯୧୯ ଜଣଙ୍କର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

ଗୋଟିଏ ଦିନରେ ଇଟାଲୀରେ ୯୧୯ ଜଣଙ୍କର ମୃତ୍ୟୁ

ରୋମ୍: ପ୍ରତିଦିନ ବିଶ୍ୱବ୍ୟାପୀ ମହାମାରୀ କରୋନାର ମୃତ୍ୟୁ ସଂଖ୍ୟା ବଢ଼ୁଛି। ଶୁକ୍ରବାର ଗୋଟିଏ ଦିନରେ କରୋନାରେ ୯୧୯ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକି ଏଯାବତ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା। ଏହାକୁ ମିଶାଇ ଇଟାଲୀରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୩୪ ହୋଇଛି। ମୋଟ୍ ୮୬, ୪୯୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦,୯୫୦ ଜଣ ସୁସ୍ଥ ହୋଇଛନ୍ତି। ୬୬, ୪୧୪ ଜଣ ଏବେ କରୋନାରେ ଚିକିତ୍ସିତ ହେଉଛନ୍ତି। ୩,୭୩୨ ଜଣ ଗୁରୁତର ରହିଛନ୍ତି।

ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସର ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଇଟାଲୀରେ ମାର୍ଚ୍ଚ ୨୧ରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୭୯୩ ରହିଥିଲା। ଗୁରୁବାର ଦିନ ୭୧୨, ବୁଧବାର ୬୮୩, ମଙ୍ଗଳବାର ୭୪୩, ସୋମବାର ୬୦୨ ଓ ଶୁକ୍ରବାର ୯୧୯ ଜଣଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଏଯାଏ ୧୯୯ଟି ଦେଶରେ କରୋନା ବ୍ୟାପିଛି। ଆକ୍ରାନ୍ତଙ୍କ ସଂଖ୍ୟା ୫୯୭,୨୬୭ ଜଣ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୨୭,୩୬୫ ରହିଛି। ସୁସ୍ଥ ହୋଇ ୧୩୩,୩୬୩ ଫେରିଛନ୍ତି।



from Odisha Reporter https://ift.tt/2UmoXJn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages