କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ତଳମାଲିଗାଁ ନିକଟରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ଡମ୍ୱୁରୁ ଝଡ଼ିଆ। ତାଙ୍କ ଘର ଖୁରିଗାଁରେ।
ଗତକାଲି ଡମ୍ୱୁରୁ ପ୍ରାୟ ଦିନ ସାଢ଼େ ୧୧ଟା ବେଳେ କିଛି ଜରୁରୀ କାମ ପାଇଁ ତଳମାଲି ଗାଁକୁ ଯାଇଥିଲେ। ହେଲେ ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ସେ ଘରକୁ ଫେରି ନଥିଲେ। ଏହାପରେ ତାଙ୍କ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।
ବହୁ ଖୋଜାଖୋଜି ପରେ ପରିବାର ଲୋକେ ତଳମାଲିଗାଁ ନିକଟରେ ଡମ୍ୱୁରୁଙ୍କ କ୍ଷତ ବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଗତକାଲି ରାତିରେ କାଶୀପୁର ଥାନାରେ ଏତଲା ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ କାଶୀପୁର ଡାକ୍ତରଖାନାକୁ ପଠାଇଛି।
ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାରୀ ସମ୍ପର୍କରେ ଟେର ପାଉନି ପୁଲିସ। ତେବେ ଡମ୍ୱୁରୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/3dA0WpR
No comments:
Post a Comment