‘ଆମେ ଖାଇବାକୁ ପାଉନାହୁଁ , ସରକାର ଆମକୁ ଉଦ୍ଧାର କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

‘ଆମେ ଖାଇବାକୁ ପାଉନାହୁଁ , ସରକାର ଆମକୁ ଉଦ୍ଧାର କର’

ଯାଜପୁର (ଗୁଲାମ ଗସ୍‌): ‘ଆମେ ଯାଜପୁରରୁ ସିକନ୍ଦରାବାଦ କାମ କରିବାକୁ ଆସିଥିଲୁ। କରୋନା ପାଇଁ କାମ ବର୍ତ୍ତମାନ ବନ୍ଦ ହୋଇଯାଇଛି। ଆମ ପାଖରେ ଖାଇବାକୁ ନାହିଁ, ପଇସା ମଧ୍ୟ ନାହିଁ। ଆମକୁ କିଛି ସାହାଯ୍ୟ ସହଯୋଗ କରନ୍ତୁ ନ ହେଲେ ରାଜ୍ୟ ସରକାର ଆମକୁ ଏଠାରୁ ଉଦ୍ଧାର କରନ୍ତୁ।’

ଏକ ଭିଡିଓ ଜାରି କରି ଏଭଳି  ଆକୁଳ ନିବେଦନ କରିଛନ୍ତି ସିକନ୍ଦରାବାଦରେ ପଶି ରହିଥିବା କିଛି ଓଡ଼ିଆ ଶ୍ରମିକ ।

ଯାଜପୁର ଜିଲ୍ଲାର କିଛି ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲେ। କୋରନା ପାଇଁ ପୂରା ଦେଶ  ଲକ୍‌ଡାଉନ୍‌ ହୋଇଯାଇଥିବାରୁ କାମ ଧନ୍ଦା ଓ ଯାତାୟତ ପୂରା ଠପ୍‌ ହୋଇଯାଇଛି। କୌଣସି ଟ୍ରେନ୍ ଓ ବସ୍ ଚଳାଚଳ କରୁ ନାହିଁ। ଯାହାଫଳରେ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଏଭଳି ଅବସ୍ଥାରେ ସେମାନଙ୍କୁ ସେଠାରୁ ଉଧାର କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ସେମାନେ ଆକୁଳ ନିବେଦନ କରିଛନ୍ତି ।



from Odisha Reporter https://ift.tt/2JdVb3c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages