ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ନିକଟରେ ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲର ୭ ମହଲାରୁ ଆତ୍ମହତ୍ୟା କରିଥିଲେ ଜଣେ ୨୩ ବର୍ଷୀୟ ଯୁବକ। ତାଙ୍କର କରୋନା ପରୀକ୍ଷା ହୋଇଛି। ରେଜଲ୍ଟ ନେଗେଟିଭ୍ ଅର୍ଥାତ୍ ସେ କରୋନାରେ ଆକ୍ରାନ୍ତ ନଥିଲେ ବୋଲି ସ୍ପଷ୍ଟ ହୋଇଛି। ମାର୍ଚ୍ଚ ୧୮ରେ ସଫଦରଜଙ୍ଗ ହସ୍ପିଟାଲର ଆଇସୋଲେସନ ଓ୍ୱାର୍ଡ଼ରେ ତାଙ୍କୁ ରଖାଯାଇଥିଲା। ଏହାପରେ ତାଙ୍କର ସ୍ୱାବ ନିଆଯାଇ କରୋନା ପରୀକ୍ଷା କରାଯାଇଥିଲା।
ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ପଞ୍ଜାବର ବଲଚଉର ଜିଲ୍ଲାର ବାସିନ୍ଦା। ସେ ଅଷ୍ଟ୍ରେଲିଆର ସିଡ଼ନୀରେ ବର୍ଷେ ହେବ ରହୁଥିଲେ। ଏୟାର ଇଣ୍ଡିଆ ବିମାନ ଯୋଗେ ସେ ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଥିଲେ। ଏହାପରେ ନିୟମ ମୁତାବକ ଅନ୍ୟ ଯାତ୍ରୀଙ୍କ ଭଳି ତାଙ୍କର ସ୍କ୍ରିନିଂ ହୋଇଥିଲା। ସେହି ସମୟରେ ତାଙ୍କର ମୁଣ୍ଡ ବ୍ୟଥା ହେଉଥିବା ଜଣା ପଡ଼ିବା ପରେ ରାତି 9ଟାରେ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ଭର୍ତ୍ତି କରାଯାଇଥିଲା।
ଏବେ ମୃତକଙ୍କ ପରିବାର ଲୋକେ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ମୃତକଙ୍କ ମାମୁଁ ସୁଖଦେବ ସିଂହ କହିଛନ୍ତି, ଖବର ପାଇ ପରିବାର ଲୋକେ ହସ୍ପିଟାଲକୁ ଯାଇଥିଲେ। ହେଲେ ହସ୍ପିଟାଲ କତ୍ତୃପକ୍ଷ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲେ।
from Odisha Reporter https://ift.tt/33QsQJN
No comments:
Post a Comment