ରେପୋ ରେଟ୍ କମାଇଲା ଆରବିଆଇ, ଲୋକେ ଦେବେ କମ୍‌ ସୁଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 26, 2020

ରେପୋ ରେଟ୍ କମାଇଲା ଆରବିଆଇ, ଲୋକେ ଦେବେ କମ୍‌ ସୁଧ

ନୂଆଦିଲ୍ଲୀ: ସାରା ଦେଶ ଏବେ ଲକ୍‌ଡାଉନ୍। ୨୧ ଦିନିଆ ଲକ୍‌ଡାଉନ୍ ଦେଶର ଅର୍ଥନୀତି ଉପରେ ଖରାପ ପ୍ରବାହ ପକାଉଛି। ଲୋକଙ୍କୁ ଆଶ୍ୱାସନା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଘୋଷଣା କରୁଛନ୍ତି। ଏଥିରେ ଆରବିଆଇ ମଧ୍ୟ ସାମିଲ୍ ହୋଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏ ନେଇ ଘୋଷଣା କରିଛନ୍ତି।

ସେ କହିଛନ୍ତି ଦେଶର ଅର୍ଥନୀତିକ ସ୍ଥିତିକୁ ଦେଖି ଆରବିଆଇ ରେପୋ ରେଟ୍ କମାଇବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଦେଶବାସୀ ଋଣ ବୋଝରୁ ଆଶ୍ୱସ୍ତ ହେବେ। ରେପୋ ରେଟକୁ ୦.୭୫ ପ୍ରତିଶତ କମାଇ ୪.୪୫ ପ୍ରତିଶତ କରିଛନ୍ତି। ଏହା ଦ୍ୱାରା ବ୍ୟାଙ୍କ ଏବଂ ସାଧାରଣ ଲୋକ ମାନେ ଋଣ ଉପରେ କମ୍‌ ସୁଧ ଦେବେ। ରୋପୋ ରେଟ୍ କମିବା ପରେ ବ୍ୟାଙ୍କମାନେ ମଧ୍ୟ ଇଏମଆଇ ହ୍ରାସ କରିବେ। ପୂର୍ବରୁ ମଧ୍ୟ ଆରବିଆଇ ସମୟ ସମୟରେ ରେପୋ ରେଟ୍ କମାଇଛି। ହେଲେ ୦.୭୫ ପ୍ରତିଶତ ରେପୋ ରେଟ୍ କମାଇବା ସର୍ବାଧିକ ବୋଲି ଜଣାପଡ଼ିଛି।

ଏହା ସହିତ ଆରବିଆଇ ରିଭର୍ସ ରେପୋ ରେଟକୁ ୯୦ ବେସିସ ପଏଣ୍ଟ କମାଇ ୪ ପ୍ରତିଶତ କରିଛି। ରେପୋ ରେଟ୍ କମିବା ପରେ ଘର, କାର୍‌ କିମ୍ବା ଅନ୍ୟାନ୍ୟ ଋଣ ନେଉଥିବା ବ୍ୟାଙ୍କ ଗ୍ରାହକମାନେ କମ୍ ସୁଧ ଦେବେ।

ସୂଚନାଯୋଗ୍ୟ, ପୂର୍ବରୁ ଆରବିଆଇ ଦୁଇଥର ମୁଦ୍ରାସ୍ଫୀତି ସମୀକ୍ଷା କରିଥିଲା। ହେଲେ ରପୋ ରେଟକୁ ଅପରିବର୍ତ୍ତିତ ରଖିଥିଲା। ଦେଶର ଅଭିବୃଦ୍ଧି ହାର ଏବେ ୪ ପ୍ରତିଶତ ରହିଛି।



from Odisha Reporter https://ift.tt/2UjLtTb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages