କରୋନା କାଳ: ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମୃତ୍ୟୁହାର ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

କରୋନା କାଳ: ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମୃତ୍ୟୁହାର ଅଧିକ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭୂତାଣୁ ସାରା ଦୁନିଆକୁ ନାକେଦମ୍ କରି ରଖିଛି। ପ୍ରତ୍ୟେକ ଦେଶ ନିଜ ନିଜ ସ୍ତରରେ ଏହାର ମୁକାବିଲା ଲାଗି ବାଟ ଖୋଜୁଛନ୍ତି। ଦୁନିଆର କୋଣାନୁକୋଣରୁ ବିଶିଷ୍ଟ ଡାକ୍ତର, ବିଶେଷଜ୍ଞମାନେ ସଂକ୍ରମଣ ରୋକିବା ତଥା ଏହାର ନିରାକରଣ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏନେଇ ଅନେକ ତଥ୍ୟ, ମତାମତ ଲଗାତର ସାମ୍ନାକୁ ଆସୁଛି। ଏହିକ୍ରମରେ କରୋନା ଭୂତାଣୁ ସଂକ୍ରମଣ ବାବଦରେ ଏକ ନୂତନ ତଥ୍ୟ ଜଣାପଡ଼ିଛି। ଏକ ତାଜା ରିପୋର୍ଟ ଅନୁଯାୟୀ, କରୋନା ଭୂତାଣୁ ଦ୍ୱାରା ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମୃତ୍ୟୁହାର ଅଧିକ।

ଗ୍ଲୋବାଲ ହେଲଥ୍ କରିଥିବା ରିସର୍ଚ୍ଚ ଅନୁଯାୟୀ, କୋଭିଡ୍-୧୯ ସଂକ୍ରମଣରେ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷଙ୍କ ମୃତ୍ୟୁ ଘଟିଛି। ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂଗଠନ(ଏନଏଚଓ) ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଏହା କହୁଛି ଯେ, ଇଟାଲୀର ମୋଟ କରୋନା ଭୂତାଣୁ ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତ ପୁରୁଷ ଅଟନ୍ତି। ସୂଚନା ଯେ, ଚୀନ ପରେ ଇଟାଲୀ କରୋନା ଭୂତାଣୁର ନୂଆ ଠିକଣା ପାଲଟିଛି। ଅନ୍ୟପଟେ, ଚୀନ ଏବଂ ଦକ୍ଷିଣ କୋରିଆର କରୋନା ତଥ୍ୟ ବିଶ୍ଲଷଣ କଲେ ମଧ୍ୟ କିଛି ଏଭଳି ହିଁ ସଂଖ୍ୟା ଦେଖିବାକୁ ମିଳିଛି। ତେବେ ଆମେରିକାରେ ବର୍ତ୍ତମାନ ସର୍ବମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ କେତେଜଣ ପୁରୁଷ ଓ ମହିଳା ଅଛନ୍ତି ସେନେଇ କୌଣସି ତଥ୍ୟ ଦିଆଯାଇନାହିଁ।

ରିପୋର୍ଟ ଅନୁଯାୟୀ ଇଟାଲୀରେ ଯଦି କରୋନା ସଂକ୍ରମଣରେ ମୋଟ ୩୪ ଜଣଙ୍କ ମୃତ୍ୟୁ ହୋଇଥିଲା, ତେବେ ସେଥିରେ ୧୦ ମହିଳା ଏବଂ ୨୪ ପୁରୁଷ ଥିଲେ। ଏହିକ୍ରମରେ ଚୀନରେ ୧୮ ଜଣ ପୁରୁଷ, ଜର୍ମାନୀରେ ୧୬, ଇରାନରେ ୧୪, ଫ୍ରାନ୍ସରେ ୧୪ ଜଣ ପୁରୁଷଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ତେବେ ଦକ୍ଷିଣ କୋରିଆରେ ୧୦ ମହିଳାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ପୁରୁଷ ଏହି ବିଶ୍ୱ ମହାମାରୀରେ ପ୍ରାଣ ହରାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, କରୋନା ସଂକ୍ରମଣରେ କାହିଁକି ପୁରୁଷଙ୍କ ମୃତ୍ୟୁହାର ଅଧିକ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଗବେଷଣାରେ ସ୍ପଷ୍ଟ କରାଯାଇନାହିଁ। ତେବେ ଧୁମ୍ରପାନ ଏହା ପଛରେ ଏକ ବଡ଼ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଯଦି ଚୀନକୁ ଯଦି ଉଦାହରଣ ଭାବେ ନିଆଯାଏ, ଏହା ହେଉଛି ସର୍ବାଧିକ ଜନସଂଖ୍ୟା ଥିବା ଦେଶ। ଏଠାରେ ୫୦ ପ୍ରତିଶତ ପୁରୁଷ ଧୁମ୍ରପ୍ରାନ କରୁଥିବାବେଳେ କେବଳ ୩ ପ୍ରତିଶତ ମହିଳା ଧୁମ୍ରପାନ କରିଥାନ୍ତି। ଇଟାଲୀରେ ୭୦ ଲକ୍ଷ ପୁରୁଷଙ୍କ ତୁଳନାରେ ୪୫ ଲକ୍ଷ ମହିଳା ଧୁମ୍ରପାନ କରିଥାନ୍ତି। ତେବେ ଇଟାଲୀରେ କରୋନା ଭୂତାଣୁ ସଂକ୍ରମଣରେ ଯେତିକି ମୃତ୍ୟୁ ହୋଇଛି, ତନ୍ମଧ୍ୟରୁ ୯୯ ପ୍ରତିଶତ ରୋଗୀ ପୂର୍ବରୁ କୌଣସି ନା କୌଣସି ରୋଗରେ ପୀଡ଼ିତ ଥିଲେ। ସେଥିମଧ୍ୟରୁ ୭୫ ପ୍ରତିଶତ ସଂକ୍ରମିତ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡ଼ିତ ଥିବାବେଳେ ସର୍ବାଧିକ ପୁରୁଷ ହିଁ ଥିଲେ ବୋଲି ରିପୋର୍ଟ କହୁଛି।

ଗ୍ଲୋବାଲ ହେଲଥ୍ ରିପୋର୍ଟ ଅନୁଯାୟୀ, ପୁରୁଷଙ୍କୁ ଅଧିକ ଯାତ୍ରା କରିବାକୁ ପଡ଼ିଥାଏ ଏବଂ ମହିଳାଙ୍କ ଅପେକ୍ଷା ସେମାନେ ଅଧିକ ଧୁମ୍ରପାନ କରୁଥିବାରୁ ପୁରୁଷଙ୍କଠାରେ କରୋନା ସଂକ୍ରମଣର ଅଧିକ ସମ୍ଭାବନା ରହିଛି। ତେବେ ଏହି ୫୦-୫୦ର ବିଶ୍ଲେଷଣକୁ ସମ୍ପୂର୍ଣ୍ଣ ଠିକ୍ ବୋଲି ଭାବିବା ଭୁଲ ହେବ। କାରଣ ଗ୍ଲୋବାଲ ହେଲଥ୍ ରିପୋର୍ଟ ସାରା ବିଶ୍ୱର କେବଳ ୨୫ ପ୍ରତିଶତ ଲୋକଙ୍କୁ ସାମିଲ ଏଥିରେ ସାମିଲ କରିଛି।



from Odisha Reporter https://ift.tt/2vR1vdN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages