କରୋନା ଭାଇରସ: ସାମୟିକ ସମୟ ପାଇଁ ବାତିଲ୍ ହେଲା ଭିସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

କରୋନା ଭାଇରସ: ସାମୟିକ ସମୟ ପାଇଁ ବାତିଲ୍ ହେଲା ଭିସା

ନୂଆଦିଲ୍ଲୀ: କରୋନା ଭାଇରସ ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଦେଶରୁ ଭାରତକୁ ଆସିବା ପାଇଁ ଆବଶ୍ୟକ ଥିବା ସମସ୍ତ ଭିସାକୁ ସାମୟିକ ସମୟ ପାଇଁ ବାତିଲ୍ କରିଛନ୍ତି କେନ୍ଦ୍ର ସରକାର। କେବଳ ସରକାରୀ ଭିସାକୁ କାଏମ ରଖିଛନ୍ତି ସରକାର। ଭାରତକୁ ଆସିଥିବା ବିଦେଶୀ ଏବଂ ସ୍ୱଦେଶ ଫେରିଥିବା ବ୍ୟକ୍ତିଙ୍କ ପାଖରେ ଏହି କରୋନା ଭାଇରସ ଦେଖିବାକୁ ମିଳିଛି। କାଳକ୍ରମେ ଏହି ଆକ୍ରାନ୍ତ ଅନ୍ୟ ମାନଙ୍କ ସହିତ ସଂସ୍ପର୍ଶରେ ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଏସବୁକୁ ନଜରରେ ରଖି ମୋଦୀ ସରକାର ୧୫ ଏପ୍ରିଲ୍ ଯାଏ ଭିସା ବାତିଲ୍ କରିଛନ୍ତି।

ବୁଧବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କୋଭିଡ -୧୯ର ସ୍ଥିତି ସମୀକ୍ଷା କରିଥିଲେ। ଏହି ଭାଇରସ ଏବେ ୧୦୦ରୁ ଅଧିକ ଦେଶକୁ ବ୍ୟାପିଛି। ଦେଶରେ ମଧ୍ୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ମଣିଷ ପାଖରୁ ମଣିଷକୁ ଏହି ଭାଇରସ ସଂକ୍ରମିତ ହେଉଥିବାରୁ ବୃହତ ଜନସଂଖ୍ୟାକୁ ନଜରରେ ରଖି ଅନ୍ୟ ଦେଶର ସମସ୍ତ ଭିସାକୁ ବାତିଲ୍ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ୧୩ ମାର୍ଚ୍ଚ ମଧ୍ୟରାତ୍ରିରୁ ଏହା କାର୍ଯ୍ୟକାରୀ ହେବ।

ବିମାନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟ ବୁଧବାର ରାତିରୁ ରୋମ୍ ଓ ସିଓଲକୁ ଯାଉଥିବା ବିମାନ ଉଡ଼ାଣ ସାମୟିକ ଭାବେ ବନ୍ଦ କରିଛି। ମାର୍ଚ୍ଚ ୧୫ ରୁ ୨୫ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିବ। ସେହିପରି ଦକ୍ଷିଣ କୋରିଆକୁ ୧୪ ରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିବ।



from Odisha Reporter https://ift.tt/3aPlmsQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages