ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶ ୨୧ ଦିନିଆ ଲକ୍ଡାଉନ୍ ପାଳନ କରୁଛି। ଏହାରି ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢ଼ିଛି। ତେଣୁ ଆଗାମୀ ଦିନରେ ସରକାର ଏହି ଲକ୍ଡାଉନ୍ ଅବଧି ବଢ଼ାଇପାରନ୍ତି ବୋଲି ସୋଶାଲ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏଭଳି ଖବର ଏବେ ଚର୍ଚ୍ଚାର ପରିସରକୁ ଆସିବା ପରେ ସୋମବାର କେନ୍ଦ୍ର ସରକାର ଏହାର ଜବାବ ରଖିଛନ୍ତି।
Alert : There are rumours & media reports, claiming that the Government will extend the #Lockdown21 when it expires. The Cabinet Secretary has denied these reports, and stated that they are baseless#PIBFactCheck#lockdownindia #coronaupdatesindia #IndiaFightsCorona
— PIB India #StayHome #StaySafe (@PIB_India) March 30, 2020
କେନ୍ଦ୍ର କ୍ୟାବିନେଟ ସେକ୍ରେଟେରୀ ଏଭଳି ଖବରକୁ ଗୁଜବ ବୋଲି କହିଛନ୍ତି। ଏଭଳି ଖବର ଶୁଣି ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ବୋଲି ରାଜୀବ ଗୌବା କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାର ରାତିରେ ୨୧ ଦିନିଆ ଲକ୍ଡାଉନ୍ ନେଇ ଘୋଷଣା କରିଥିଲେ। ଏହାପରେ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏଯାବତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୪ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
from Odisha Reporter https://ift.tt/2JluIRr
No comments:
Post a Comment