ଶାହୀନବାଗ ଖାଲି କଲା ଦିଲ୍ଲୀ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

ଶାହୀନବାଗ ଖାଲି କଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଗତ କିଛି ବାସ ଧରି ନାଗରିକତା ସଂଶୋଧନ ଆଇନ (ସିଏଏ)ବିରୋଧରେ ପ୍ରମୁଖ ଧାରଣାସ୍ଥଳ ପାଲଟିଥିବା ଶାହୀନବାଗରୁ ଆନ୍ଦୋଳନକାରୀଙ୍କୁ ହଟାଇଛି ଦିଲ୍ଲୀ ପୁଲିସ୍‌। ଏଠାରେ ବହୁ ସଂଖ୍ୟାରେ ମହିଳା ଧାରଣା ଦେଇଆସୁଥିଲେ। କରୋନା ଭାଇରସ୍‌ କାରଣରୁ ଏହି ଆନ୍ଦୋଳନକାରୀମାନେ କିଛି ମାତ୍ରାରେ ନିଜେ ହଟିବା ଆରମ୍ଭ କରିବା ପରେ ଦିଲ୍ଲୀ ପୁଲିସ୍‌ ଏମାନଙ୍କୁ ସମ୍ପୂର୍ଣ୍ଣ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା।

ଦକ୍ଷିଣ ପୂର୍ବ ଦିଲ୍ଲୀ ଡିସିପି କହିଛନ୍ତି, ଲକ୍‌ଡାଉନ୍‌ ପାଇଁ ଧାରଣାସ୍ଥଳରୁ ସେମାନଙ୍କୁ ହଟିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ମନା କରିବାରୁ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଥିଲା। ଅଧିକ ଲୋକ ଏକାଠି ହେବା ବେଆଇନ ଘୋଷିତ ହୋଇଥିବାରୁ ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ଧାରଣାସ୍ଥଳ ଖାଲି ହୋଇଛି ଏବଂ କିଛି ଜଣଙ୍କୁ ଅଟକ ରଖାଯାଇଛି।

ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ଦିଲ୍ଲୀ ପୁଲିସ୍‌ ଘଟଣାସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହ ୧୪୪ ଧାରା ଜାରି କରିଥିଲା। ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ୍‌ ଆରମ୍ଭ ହେବାପରେ ଏବଂ ଦିଲ୍ଲୀରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବେଶ କିଛି ଆନ୍ଦୋଳନକାରୀ ଏଠାରୁ ହଟିଯାଇଥିଲେ। ଏପରିକି ପ୍ରତୀକାତ୍ମକ ଭାବେ ନିଜ ଚପଲକୁ ଆନ୍ଦୋଳନ କରିବାକୁ ଛାଡ଼ିଯାଇଥିଲେ। କିନ୍ତୁ ଅନ୍ୟ କିଛି ଆନ୍ଦୋଳନକାରୀ ସିଏଏ ହଟାଇବାକୁ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଧାରଣାସ୍ଥଳରେ ଜିଦ୍‌ ଧରି ବସି ରହିଥିଲେ। କିନ୍ତୁ ଦିଲ୍ଲୀ ସରକାର ସୋମବାର ସକାଳ୬ରୁ ଆସନ୍ତା ମାର୍ଚ୍ଚ ୩୧ ଯାଏ ଲକ୍‌ଡାଉନ୍‌ ଲାଗୁ କରିଥିବାରୁ ଶେଷରେ ଏମାନଙ୍କୁ ହଟିବାକୁ ପଡ଼ିଛି।



from Odisha Reporter https://ift.tt/2JaJUk5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages