ବିଳମ୍ବିତ ରାତିରେ ଗାଁକୁ ଯାଉଥିବା ବେଳେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

ବିଳମ୍ବିତ ରାତିରେ ଗାଁକୁ ଯାଉଥିବା ବେଳେ ଚାଲିଗଲା ଜୀବନ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ା ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଗୁରୁତର ଆହତ ହୋଇଛନ୍ତି।

ମୃତ ବ୍ୟକ୍ତି ଜଣଙ୍କ ହେଲେ ନୀଳମଣି ବେହେରା। ତାଙ୍କ ସ୍ତ୍ରୀ ବିଳାସିନୀ ଓ ଦୁଇ ଛୁଆଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଛୁଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନୀଳମଣି ଅନୁଗୋଳରେ ଥିବା ଜିନ୍ଦଲ କମ୍ପାନୀରେ କାମ କରୁଥିଲେ। ତେବେ କରୋନା ଯୋଗୁ ଜିଲ୍ଲାରେ ଲକ୍‌ଡାଉନ୍‌ ଚାଲିଥିବାରୁ ଗତକାଲି ବିଳମ୍ବିତ ରାତିରେ ସେ ସ୍ତ୍ରୀ ଓ ଦୁଇ ଛୁଆକୁ ଧରି ବାଇକ୍ ଯୋଗେ ନିଜ ଗାଁ ରେଢ଼ାଖୋଲକୁ ଯାଉଥିଲେ। ଏହି ସମୟରେ କୌଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ରାତି ପ୍ରାୟ ୩ଟା ବେଳେ ଏ ଦୁର୍ଘଟଣା ଘଟିଥିଲା। ରାସ୍ତା ଉପରେ ଚାରି ଜଣ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ପୁଲିସ୍‌ ଦେଖିଥିଲା। ଏହାପରେ ସେମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ନୀଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।



from Odisha Reporter https://ift.tt/39g5eiS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages