କରୋନା ମୁକାବିଲା: ଭାରତକୁ WHOର ପ୍ରଶଂସା, ଆକ୍ରମଣାତ୍ମକ ପଦକ୍ଷେପ ଜାରି ରଖିବାକୁ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

କରୋନା ମୁକାବିଲା: ଭାରତକୁ WHOର ପ୍ରଶଂସା, ଆକ୍ରମଣାତ୍ମକ ପଦକ୍ଷେପ ଜାରି ରଖିବାକୁ ଆହ୍ୱାନ

ନୂଆଦିଲ୍ଲୀ: କରୋନା ବ୍ୟାପିବାରେ ରୋକ୍‌ ଲଗାଇବା ପାଇଁ ଭାରତ ନେଉଥିବା ଆକ୍ରମଣାତ୍ମକ ପଦକ୍ଷେପ ଜାରି ରଖିବା ଉଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଇଛି। ଶେଷ ଖବର ସୁଦ୍ଧା ଭାରତରେ ୪୯୯ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇପାରିଛି। ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି।

ତେବେ ଭାରତ ଏହାର ମୁକାବିଲାରେ ନେଉଥିବା ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାଇକେଲ୍‌ ଜେ ରେୟାନ୍ ପ୍ରଶଂସା ମଧ୍ୟ କରିଛନ୍ତି। ସେ କହିଛନ୍ତି, ଭାରତ ଜନସଂଖ୍ୟାବହୁଳ ରାଷ୍ଟ୍ରଙ୍କ ମଧ୍ୟରେ ଅନ୍ୟତମ ଏବଂ ଏଭଳି ରାଷ୍ଟ୍ରରେ ସଂକ୍ରମଣ ନିୟନ୍ତ୍ରଣ କରିବା ହିଁ କରୋନାର ଭବିଷ୍ୟତ ନିର୍ଦ୍ଧାରଣ କରିବ। ସେ କହିଛନ୍ତି, ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଭାରତ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନିଜର ଆକ୍ରମଣାତ୍ମକ ପଦକ୍ଷେପ ଜାରି ରଖିବା ଦରକାର।

ସ୍ୟାଟେଲାଇଟ୍‌ କିଲର ଭାବେ ଜଣାଶୁଣା ଦୁଇ ଗମ୍ଭୀର ରୋଗ ସ୍ମଲ୍‌ ପକ୍ସ (ବସନ୍ତ) ଓ ପୋଲିଓର ମୂଳୋତ୍ପାଟନରେ ସାରା ବିଶ୍ୱରେ ଉଦାହରଣ ସାଜିଛି। ଭାରତ ପାଖରେ ଏବଂ ଅନ୍ୟ ଦେଶମାନଙ୍କ ପାଖରେ ଲୋକଙ୍କୁ ଏକତାର ସହ ବାନ୍ଧି ରଖିବାର କ୍ଷମତା ରହିଛି।

ଏହା ପୂର୍ବରୁ ଆମେରିକାର ରାଷ୍ଟ୍ର ମହାସଚିବ ଏଣ୍ଟୋନିଓ ଗୁଟ୍ରେସ୍‌ କରୋନା ପାଇଁ ବିଶ୍ୱଶାନ୍ତି ବା ଅସ୍ତ୍ର ବିରତି ଆହ୍ୱାନ କରିଛନ୍ତି। ସେ କହିଛନ୍ତି,“ମୁଁ ଦୁନିଆର ସବୁ କୋଣ ଅନୁକୋଣରେ ସମସ୍ତଙ୍କୁ ତତ୍କାଳ ଯୁଦ୍ଧ ବିରାମ ବା ଅସ୍ତ୍ର ବିରତିର ଆହ୍ୱାନ କରୁଛି। ଏଭଳି ଲକ୍‌ଡାଉନ୍‌ ସମୟରେ ଶତ୍ରୁତା ବୁଲି ପ୍ରକୃତ ଲଢ଼େଇ ଉପରେ ଧ୍ୟାନ ଦେବାର ପ୍ରକୃଷ୍ଟ ସମୟ।”



from Odisha Reporter https://ift.tt/3bdWGdI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages