ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ବ୍ୟାପିବା ପରେ ବିଦେଶରେ ରହୁଥିବା ୯୦ ହଜାର ଭାରତୀୟ ଏବେ ପଞ୍ଜାବ ଫେରିଛନ୍ତି। ରାଜ୍ୟରେ କରୋନା ବ୍ୟାପିବାରେ ରୋକ୍ ଲଗାଇବା ପାଇଁ ପୂର୍ବରୁ ଚାପରେ ଥିବା ଅମରିନ୍ଦର ସିଂହଙ୍କ ସରକାର ଏବେ ଏମାନଙ୍କ ପାଇଁ ଚିନ୍ତାରେ ପଡ଼ିଯାଇଛି। ଏଥିପାଇଁ ସରକାର କେନ୍ଦ୍ରଠାରୁ ୧୫୦ କୋଟି ଟଙ୍କାର ଅର୍ଥ ମାଗିଛନ୍ତି। ଏହି ଅର୍ଥ ସୁରକ୍ଷା, ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟସେବାଆଦି କ୍ଷେତ୍ରରେ ବ୍ୟବହୃତ ହେବ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଶ ବର୍ଦ୍ଧନଙ୍କୁ ଏନେଇ ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି, “ପଞ୍ଜାବରେ ଦେଶର ସବୁଠାରୁ ଅଧିକ ଏନ୍ଆରଆଇ ଅଛନ୍ତି। ଚଳିତ ମାସରେ ହିଁ ୯୦ ହଜାର ଏନ୍ଆରଆଇ ଆସିଛନ୍ତି। ଅନେକଙ୍କଠାରେ କୋଭିଡ୍-୧୯ର ଲକ୍ଷଣ ରହିଛି। କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।” ମିଳିଥିବା ସୂଚନା ଅନୁଯାୟୀ, ୨୩ ଜଣଙ୍କଠାରେ କରୋନା ଚିହ୍ନଟ କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି।
ପଞ୍ଜାବ ଗତ ଦୁଇ ଦିନ ହେଲା ପରିବହନରେ କଟକଣା ଲଗାଇବା ସହ ଲୋକଙ୍କ ଯିବା ଆସିବାରେ ମଧ୍ୟ କଟକଣା ଲଗାଇଛି। କିଛି ଲୋକ କଟକଣା ମାନୁନଥିବାରୁ ଏହି ରାଜ୍ୟ କର୍ଫ୍ୟୁ ଲାଗୁ କରିଛି ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। କେହି ମଧ୍ୟ ବାହାରକୁ ବାହାରିଲେ ଗିରଫ ବା ଜୋରିମାନା ଭଳି ଦଣ୍ଡବିଧାନ କରାଯାଉଛି।
ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି, ଅତୀତରେ ଆମେ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛୁ। ଲୋକଙ୍କ ବୃହତ ସ୍ୱାର୍ଥ ପାଇଁ ଯାହା କରିବା କଥା କରୁଛୁ। ସମସ୍ତେ ସହଯୋଗ କରୁଥିବାରୁ ମୁଁ ଖୁସି।
from Odisha Reporter https://ift.tt/3doZaI6
No comments:
Post a Comment