କ୍ୟାନସରରୁ ରକ୍ଷା କରିଥାଏ କଞ୍ଚାଲଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

କ୍ୟାନସରରୁ ରକ୍ଷା କରିଥାଏ କଞ୍ଚାଲଙ୍କା

ଭୁବନେଶ୍ୱର : କଞ୍ଚାଲଙ୍କା ବିନା ଖାଇବା ଅଧୁରା ରହିଥାଏ। ଘରେ ଯେତେ ପ୍ରକାର ବ୍ୟଞ୍ଜନ ରୋଷେଇ ହୋଇଥିଲେ ମଧ୍ୟ କଞ୍ଚାଲଙ୍କା ବିନା ଖାଇବାର ସ୍ୱାଦ ନଥାଏ। ଅଧିକାଂଶ ଘରେ ଶୁଖିଲା ଲଙ୍କା ପରିବର୍ତ୍ତେ କଞ୍ଚାଲଙ୍କାକୁ ବାଟି ତରକାରୀ କରିବାକୁ ପସନ୍ଦ କରିଥା’ନ୍ତି। ଏହାର କାରଣ ଶୁଖିଲା ଲଙ୍କା ପେଟ ପାଇଁ ଖରାପ। କିନ୍ତୁ କଞ୍ଚା ଲଙ୍କାରେ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଭିଟାମିନ୍‌ ଏ, ବି ୬, ଆଇରନ୍‌, କପର୍‌, ପୋଟାସିୟମ୍‌ ପରି ପୋଷକତତ୍ତ୍ୱ ରହିଛି, ଯାହା  ହୃଦ୍‌ଘାତ ଓ ପେଟଜନିତ ସମସ୍ୟାକୁ ଦୂର କରିଥାଏ। ତେବେ ଏଥିପାଇଁ ଏହାକୁ ସେମିତି କଞ୍ଚା ଖାଇଲେ ଭଲ। ତା’ହେଲେ ଆସନ୍ତୁ ଜାଣିବା କଞ୍ଚାଲଙ୍କା ଖାଇଲେ କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।

୧. କଞ୍ଚାଲଙ୍କାରେ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଛି। ତେଣୁ ପ୍ରତିଦିନ କଞ୍ଚାଲଙ୍କା ଖାଇଲେ ପ୍ରୋଷ୍ଟେଟ୍‌ ବା ମୂତ୍ରାଶୟ ଜନିତ ସମସ୍ୟା ହୋଇ ନଥାଏ।

୨. ଏଥିରେ ଥିବା ଭିଟାମିନ୍‌ ସି ଓ ବିଟା-କେରାଟିନ୍‌ ତତ୍ତ୍ୱ ଆଖି, ତ୍ୱଚା ଓ ଇମ୍ୟୁନୋ ସିଷ୍ଟମ୍‌କୁ ଠିକ୍‌ ରଖିଥାଏ।

୩. କଞ୍ଚାଲଙ୍କା ରକ୍ତରେ ସୁଗାରର ସ୍ତରକୁ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଡାଇବେଟିସ୍‌ ରୋଗୀ ପ୍ରତ୍ୟେକ ଦିନ କଞ୍ଚାଲଙ୍କା ଖାଇଲେ ଭଲ।

୪. ଆହୁରି ମଧ୍ୟ କଞ୍ଚାଲଙ୍କାରେ ଫାଇବର୍‌ର ମାତ୍ରା ଅଧିକ ରହିଥିବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

୫. ଯଦି ଆପଣ ସବୁଦିନ କଞ୍ଚାଲଙ୍କା ଖାଉଛନ୍ତି, ତେବେ ଏଥିରେ ଥିବା ପ୍ରାକୃତିକ ତତ୍ତ୍ୱ ଓ ଆଣ୍ଟି-ଅକ୍ସିଡାଣ୍ଟ ମୁହଁ, ଗଳା, ଫୁସ୍‌ଫୁସ୍‌ ଓ କୋଲୋନ୍‌ କ୍ୟାନସରରୁ ରକ୍ଷା କରିଥାଏ।

୬. ରାତିରେ ଶୋଇବା ପୂର୍ବରୁ ୩ରୁ ୪ଟି କଞ୍ଚାଲଙ୍କାକୁ ଧୋଇ ମଝିରୁ କାଟି ଦିଅନ୍ତୁ। ଗୋଟିଏ ଗ୍ଲାସ୍‌ ପାଣିରେ ଏହି କଟା କଞ୍ଚାଲଙ୍କାଗୁଡ଼ିକୁ ପକାଇ ରଖନ୍ତୁ। ସକାଳେ ଉଠି ଖାଲି ପେଟରେ କେବଳ ଉକ୍ତ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହେବ।

 



from Odisha Reporter https://ift.tt/2TAlc2L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages