ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସାକ୍ଷୀଗୋପାଳ କାଞ୍ଜିଆ ଛକରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପୁରେନ୍ଦ୍ର ବେହେରା । ସେ କାଞ୍ଜିଆ ଗାଁରେ ଥିବା ନିଜ ଶ୍ୱଶୁର ଘରେ ରହୁଥିଲେ। ରାତିରେ ସ୍ଥାନୀୟ ଏକ ଢାବାରେ ଖାଇବାକୁ ନେଇ ବଚସା ପରେ ଗୁଳିମାଡ଼଼ ହୋଇଥିବା ସୂଚନା ମିଳିଛି।
ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ସତ୍ୟବାଦୀ ପୁଲିସ୍ ପହଞ୍ଚିଥିଲା। ଏହାପରେ ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ରାସ୍ତା କଡ଼ରେ କିଏ ମୃତଦେହ ପକାଇଲା ତାକୁ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି।
ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ୩୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ରାସ୍ତା ଅବରୋଧ ଯୋଗୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ସତ୍ୟବାଦୀ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛି।
from Odisha Reporter https://ift.tt/3aDgdDZ
No comments:
Post a Comment