ନରସିଂହପୁର(ଦିଲୀପ ପଣ୍ଡା): କଟକ ଜିଲ୍ଲା କାନପୁର ଥାନା ରିଷିପଡ଼ା ଛକ ନିକଟରୁ ୨ ମଦ ଦୋକାନ କର୍ମଚାରୀଙ୍କଠାରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ରିଷିପଡ଼ା ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀ ଦୋକାନ ବନ୍ଦ କରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ସେମାନଙ୍କୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ। ଏନେଇ ଦୁଇ କର୍ମଚାରୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2PVYShS
No comments:
Post a Comment